
ନୂଆଦିଲ୍ଲୀ: ଦେଶର କେତେକ ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦେଖି କେନ୍ଦ୍ର ସରକାର ଆଜି ୩ଟି ରାଜ୍ୟ ଯଥା ପଞ୍ଜାବ, ଉତ୍ତର ପ୍ରଦେଶ ଏବଂ ହିମାଚଳ ପ୍ରଦେଶକୁ କେନ୍ଦ୍ରୀୟ ଟିମ୍ ପଠାଇଛନ୍ତି। ଏହି ୩ଟି ରାଜ୍ୟରେ ଘରେ ଏକାନ୍ତବାସରେ କିମ୍ବା ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୫,୨୦୯ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪୪ ହଜାରରୁ ଅଧିକ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ଗତ ତିନି ଦିନ ମଧ୍ୟରୁ ଦୁଇ ହେଲା କରୋନାରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଆରୋଗ୍ୟ ଲାଭ କରୁଥିବା ବ୍ୟକ୍ତିଙ୍କ ତୁଳନାରେ ଅଧିକ ରହିଛି। ୪୫୨୦୯ ଜଣ ନୂଆ ସଂକ୍ରମିତଙ୍କୁ ମିଶାଇଲେ ଆଜି ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦ ଲକ୍ଷ ୯୫ ହଜାର ଟପି ୯୧ ଲକ୍ଷ ନିକଟତର ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ସର୍ବାଧିକ ୫୮୭୯ଟି ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ ୧୧୧ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ଦିଲ୍ଲୀରେ କରୋନା ସଂକ୍ରମଣ ସଂଖ୍ୟା ୫ ଲକ୍ଷ ଟପିଯାଇଛି।
The post କରୋନା ମୁକାବିଲା ପାଇଁ ୩ ରାଜ୍ୟକୁ ଗଲେ କେନ୍ଦ୍ରୀୟ ଟିମ୍, ଦେଶରେ ସଂକ୍ରମଣ ୯୧ ଲକ୍ଷ ନିକଟତର first appeared on Sambad.
from କରୋନା – Sambad https://ift.tt/3l3rUsF
0 Comments