
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୪,୩୭୬ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୪୮୧ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ ସଂକ୍ରମଣ ମାମଲା ୯୨,୨୨,୨୧୭ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୧୩୪, ୬୯୯ରେ ପହଞ୍ଚିଛି।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରେକର୍ଡ ଅନୁସାରେ, ସମ୍ପ୍ରତି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୪୪୪, ୭୪୬।
ସେହିଭଳି ଏବେ ସୁଦ୍ଧା ଦେଶରେ ସମୁଦାୟ ୯୨.୨୨ ଲକ୍ଷ ଆକ୍ରାନ୍ତଙ୍କୁ ମଧ୍ୟରୁ ୮୬.୪ ଲକ୍ଷ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏବେ ଦେଶରେ ଆକ୍ରାନ୍ତ ହାର ୯୩.୩% ରହିଛି।
ନଭେମ୍ବର ମାସର ଏହି ସମୟରେ ଦେଶରେ ଦୈନିକ କୋଭିଡ୍-୧୯ ସଂକ୍ରମଣ ମାମଲା ୫୦ ହଜାର ତଳେ ରହିଥିଲେ ବି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଛି। ଆଜି ସକାଳ ସୁଦ୍ଧା ୪.୪ ଲକ୍ଷ ଆକ୍ରାନ୍ତ ଚିକିତ୍ସାଧୀନ ଥିବା କଥା ସ୍ୱାସ୍ଥ୍ୟ ମନ୍ତ୍ରାଳୟର େଓ୍ଵବ୍ସାଇଟ୍ରୁ ଜଣାପଡ଼ିଛି। ଏହାଛଡ଼ା, ରାଜସ୍ଥାନ, ହରିୟାଣା, ଛତିଶଗଡ଼ ଓ ପଞ୍ଜାବ ଭଳି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି।
ଲୋକମାନଙ୍କର ବେପରୁଆ ମନୋଭାବ ଯୋଗୁଁ ସଂକ୍ରମଣ ବୃଦ୍ଧି ପାଉଥିବା କଥା ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଲୋକମାନଙ୍କର ଧାରଣା ହେଲାଣି ଯେ, ଭାରତରେ ସୁସ୍ଥତାସଂଖ୍ୟା ଅତି ଉତ୍ତମ। ତେଣୁ, କୋଭିଡ୍-୧୯ ସଂକ୍ରମଣ ହେଲେ ଆମେ ସୁସ୍ଥ ହୋଇଯିବୁ। ଟିକା ବଣ୍ଟନ ପ୍ରସଙ୍ଗରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବା ବେଳେ ପ୍ରଧାନମନ୍ତ୍ରୀ ଏ କଥା କହିଥିଲେ।
୧୪ ଲକ୍ଷ ମୃତ୍ୟୁକୁ ମିଶାଇ ସମଗ୍ର ବିଶ୍ୱରେ କୋଭିଡ୍-୧୯ ସଂକ୍ରମଣ ମାମଲା ୬ କୋଟିରେ ପହଞ୍ଚିଯାଇଛି। ୧.୩ କୋଟି ସଂକ୍ରମଣ ମାମଲା ଥାଇ ଏକ ନମ୍ବର ସ୍ଥାନରେ ଯୁକ୍ତରାଷ୍ଟ୍ର ଆମେରିକା ଥିବା ବେଳେ ତା’ ତଳକୁ ରହିଛନ୍ତି ଭାରତ, ବ୍ରାଜିଲ୍ ଓ ଫ୍ରାନ୍ସ।
The post ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍ଜନିତ ୪୪,୩୭୬ ନୂଆ ସଂକ୍ରମଣ ଓ ୪୮୧ ଆକ୍ରାନ୍ତଙ୍କ ମୃତ୍ୟୁ first appeared on Sambad.
from କରୋନା – Sambad https://ift.tt/2KtDNLB
0 Comments