
ଭୁବନେଶ୍ୱର : ବିଧାନସଭା ଶୀତ ଅଧିବେଶନ ପାଇଁ ବିଧାୟକଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପିର ରେଙ୍ଗାଳି ବିଧାୟକ ନାଉରି ନାୟକ। ଅଭିଯୋଗ କରିଛନ୍ତି ଶୀତ ଅଧିବେଶନ ପାଇଁ ଗତ ୧୯ ତାରିଖରେ ବିଧାନସଭା ପରିସରରେ ପଡ଼ିଥିବା କ୍ୟାମ୍ପରେ ନମୁନା ଦେଇଥିଲି। ସେହିଦିନ ରାତି ୧୧ଟା ୫୦ରେ ବିଧାନସଭା ସଚିବ ସେ ପଜିଟିଭ ଥିବା ନେଇ ଫୋନ କରି ସୂଚନା ଦେଲେ। ଏହାସହିତ ବିଧାନସଭା ନ ଆସିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ। କିନ୍ତୁ ଶ୍ରୀ ନାଏକ ପୁଣି ଥରେ ଗତ ୨୦ ତାରିଖ ବେସରକାରୀ ଭାବେ ସ୍ବାବ ପରୀକ୍ଷା କରିଥିଲେ। ସେଥିରେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। ଏ ନେଇ ବିଜେପି ବିଧାୟକମାନେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଆଉ ଥରେ ତାଙ୍କ ନମୁନା ସଂଗ୍ରହ କରାଯାଇଛି।
ଯଦି ଜଣେ ଜନପ୍ରତିନିଧିଙ୍କ ରିପୋର୍ଟରେ ତାଳମେଳ ରହୁନାହିଁ ତେବେ ସାଧାରଣ ଲୋକଙ୍କ ରିପୋର୍ଟ କେତେ ବିଶ୍ବାସଯୋଗ୍ୟ। ବିଧାନସଭାରେ ଲିଖିତ ପ୍ରଶ୍ନ ଜରିଆରେ କୋଭିଡ୍ ତଥ୍ୟ ମାଗିଥିଲେ ବି ତଥ୍ୟ ସଂଗ୍ରହ କରାଯାଉଛି ବୋଲି ଉତ୍ତର ମିଳିଛି। ଏଥିରୁ ସନ୍ଦେହ ହେଉଛି, ତାଙ୍କୁ ଜାଣିଶୁଣି ବିଧାନସଭାକୁ ନ ଆସିବା ପାଇଁ ବାରଣ କରାଯାଉଥିବା ଶ୍ରୀ ନାୟକ ଅଭିଯୋଗ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଗତ ମୌସୁମୀ ଅଧିବେଶନରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ଯେଉଁଥିପାଇଁ ସେ ୧୭ ଦିନ ପର୍ଯ୍ୟନ୍ତ ଏକାନ୍ତବାସରେ ରହିଥିଲେ।
The post କୋଭିଡ୍ ଟେଷ୍ଟ ରିପୋର୍ଟ ନେଇ ପ୍ରଶ୍ନ ଉଠାଇଲେ ବିଜେପି ବିଧାୟକ ନାଉରି ନାୟକ first appeared on Sambad.
from କରୋନା – Sambad https://ift.tt/334fXMW
0 Comments