
ନୂଆଦିଲ୍ଳୀ : ଦେଶରେ ସଂକ୍ରମଣ ମାମଲା ୮୪ ଲକ୍ଷ ଟପିଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୭ ଜହାର ୬୩୮ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୬୭୦ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ମୃତ୍ୟୁସଂଖ୍ୟା ୧ ଲକ୍ଷ ୨୪ ହଜାର ୯୮୫ ପହଞ୍ଚିଛି। କୋଭିଡ୍ରୁ ୭୭ ଲକ୍ଷ ୬୫ ହଜାର ୯୬୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ଆରୋଗ୍ୟ ହାର ୯୨.୩୨ ପ୍ରତିଶତକୁ ବୃଦ୍ଧି ପାଇଛି। ଦେଶରେ ଏବେ ମୋଟ୍ ୫ ଲକ୍ଷ ୨୦ ହଜାର ୭୭୩ ସକ୍ରିୟ ମାମଲା ରହିଛି। ଏହା ମୋଟ୍ ସଂକ୍ରମଣ ମାମଲାର ୬.୧୯ ପ୍ରତିଶତ। ଏବେ ଲଗାତାର ଦୈନିକ ହାରାହାରି ନୂଆ ମାମଲା କମୁଛି। ଅକ୍ଟୋବର ପ୍ରଥମ ସପ୍ତାହରେ ଦେଶରେ ଦୈନିକ ହାରାହାରି ନୂଆ ମାମଲା ୭୩ ହଜାରରୁ ଅଧିକ ଥିବାବେଳେ ଏବେ ଏହା ୪୬ ହଜାରକୁ କମିଯାଇଛି। ତେବେ ଦିଲ୍ଲୀରେ ପ୍ରତିଦିନ ସଂକ୍ରମଣ ବଢ଼ିବାରେ ଲାଗିଛି।
The post ଦେଶରେ ସଂକ୍ରମଣ ମାମଲା ୮୪ ଲକ୍ଷ ଟପିଲା, ଆରୋଗ୍ୟ ହାର ୯୨.୩୨%କୁ ବୃଦ୍ଧି first appeared on Sambad.
from କରୋନା – Sambad https://ift.tt/3l5RxJT
0 Comments