
ନୂଆଦିଲ୍ଲୀ : ଦେଶରେ ଦୈନିକ ସଂକ୍ରମଣ ମାମଲା ଆଜି ପୁଣି ୪୫ ହଜାରରୁ କମ୍ ରହିଛି। ସଂକ୍ରମଣ ମାମଲା ଲଗାତାର କମ୍ ରହୁଥିବାରୁ ସଂକ୍ରମଣର ଦ୍ବତୀୟ ଲହର ଆରମ୍ଭ ହୋଇଥିବା ନେଇ ଖୁବ୍ କମ୍ ଲକ୍ଷଣ ଦେଖିବାକୁ ମିଳୁଛି। ଦେଶରେ ସଂକ୍ରମଣର ଦ୍ବିତୀୟ ଲହର ଆରମ୍ଭ ହୋଇନାହିଁ। ବୋଲି କେତେକ ବିଶେଷଜ୍ଞ ମତ ଦେଇଛନ୍ତି।। କେବଳ ଦିଲ୍ଲୀରେ ହିଁ ଦ୍ବିତୀୟ ଲହର କଥା ଉଠୁଥିବା ବେଳେ ଅନ୍ୟ ଅଂଚଳରେ କେବଳ ପ୍ରଥମ ଲହର ଦୁର୍ବଳ ସ୍ଥିତିକୁ ଆସିଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି।
ବୁଧବାର ସଂକ୍ରମଣ ତୁଳନାରେ ଗୁରୁବାର ଦିନର ସଂକ୍ରମଣ କମ୍ ରହିଛି। କିନ୍ତୁ ସକ୍ରିୟ ମାମଲା ବଢ଼ୁଛି। ଚଳିତ ସପ୍ତାହର ଦୈନିକ ସଂକ୍ରମଣ ମାମଲା ୪୫ ହଜାରରୁ କମ୍ ରହିଛି। ଗତ ସପ୍ତାହର ସଂକ୍ରମଣ ସଂଖ୍ୟା ତୁଳନାରେ ଚଳିତ ସପ୍ତାହରେ ଦୈନିକ ସଂକ୍ରମଣ ମାମଲା ବଢ଼ିନାହିଁ। ଅନ୍ୟପକ୍ଷେ ଦେଶରେ ମୋଟ୍ ସଂକ୍ରମଣ ମାମଲା ୯୩ ଲକ୍ଷ ଟପିଯାଇଛି। ଦେଶରେ କରୋନା ମୃତ୍ୟୁ ମଧ୍ୟ କମ୍ ରହିଛି। ଗତକାଲି ୫୩୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବାବେଳେ ଆଜି ଏହା ୪୮୫ ରହିଛି। କିନ୍ତୁ ଦେଶରେ ସକ୍ରିୟ ମାମଲା ଲଗାତାର ବଢ଼ିବାରେ ଲାଗିଛି।
ଗୁରୁବାର ସକ୍ରିୟ ମାମଲା ୩ ହଜାର ଅଧିକ ରହିଥିବାବେଳେ ଏହାର ପୂର୍ବ ଦିନ ସକ୍ରିୟ ମାମଲାରେ ପ୍ରାୟ ୭ ହଜାର ବୃଦ୍ଧି ହୋଇଥିଲା। ଗତ ଶନିବାରଠାରୁ ଦେଶରେ ସକ୍ରିୟ ମାମଲା ୧୫ ହଜାର ବୃଦ୍ଧି ହୋଇଛି। ପ୍ରଥମ ଥର ପାଇଁ ପ୍ରାୟ ମାସକ ପରେ ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମଣ ମାମଲା ୬,୪୦୬ ରହିଛି। ଶେଷ ଥର ଗତ ଅକ୍ଟୋବର ୨୨ରେ ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମଣ ଚିହ୍ନଟ ହୋଇଥିଲା। ଦିଲ୍ଲୀରେ ସଂକ୍ରମଣ ମାମଲା ୫,୪୭୫ ଥିବାବେଳେ କେରଳରେ ୫,୩୭୮ ଏବଂ ପଶ୍ଚିମବଙ୍ଗରେ ସଂକ୍ରମଣ ମାମଲା ୩,୫୦୭ ରହିଛି।
The post ଦେଶରେ ଦ୍ୱିତୀୟ ଲହର ସଂକ୍ରମଣର ଖୁବ୍ କମ୍ ଲକ୍ଷଣ, ଦୈନିକ ମାମଲା ଲଗାତାର ୪୫ ହଜାରରୁ କମ୍ first appeared on Sambad.
from କରୋନା – Sambad https://ift.tt/3fFoRpo
0 Comments