ନୂଆଦିଲ୍ଲୀ: ପ୍ରତିଦିନ ଦେଶରେ ନୂଆ ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଶବାସୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ପୁଣି ୪୯ ହଜାର ୮୮୧ କରୋନା ସଂକ୍ରମିତ ଚିହ୍ନଟ ହୋଇ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା। ୮୦ ଲକ୍ଷ ପାର୍‌ ହୋଇଛି। ଦେଶରେ ‌ଏବେ ସୁଦ୍ଧା ୮୦ ଲକ୍ଷ ୪୦ ହଜାର ୨୦୩ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ପୁଣି କରୋନାରେ ୫୧୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ୫୧୭ ମୃତକଙ୍କୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୦ ହଜାର ୫୨୭ରେ ପହଞ୍ଚିଛି।

 

ଏବେ ଦେଶରେ ସକ୍ରିୟ ଅଛନ୍ତି ୬ ଲକ୍ଷ ୩ ହଜାର ୬୮୭ ଜଣ। ଏବେ ସୁଦ୍ଧା ୭୩ ଲକ୍ଷ ୧୫ ହଜାର ୯୮୯ ଜଣ ସୁସ୍ଥ ହୋଇ ସାରିଲେଣି । ସେହିପରି ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ ପକ୍ଷରୁ ଦିଆଯାଇଥିବା ରିପୋର୍ଟ ଅନୁଯାୟୀ କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୧୦ ଲକ୍ଷ ୭୫ ହଜାର ୭୬୦ କରୋନା ନମୁନା ପରୀକ୍ଷଣ ହୋଇଥିବା ବେଳେ ସମୁଦାୟ ୧୦ କୋଟି ୬୫ ଲକ୍ଷ ୬୩ ହଜାର ୪୪୦ ନମୁନା ଏବେ ସୁଦ୍ଧା ପରୀକ୍ଷା ହୋଇସାରିଛି।

The post ଦେଶରେ ୮୦ ଲକ୍ଷ ପାର୍‌ ହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟା ମଧ୍ୟରେ ନୂଆ ୪୯,୮୮୧ କରୋନା ଆକ୍ରାନ୍ତ ଚିହ୍ନଟ first appeared on Sambad.



from କରୋନା – Sambad https://ift.tt/3mydlOU