
ଭୁବନେଶ୍ବର : କରୋନା ରୋଗୀଙ୍କ କ୍ଷେତ୍ରରେ ପ୍ଲାଜ୍ମା ଥେରାପି ଫଳପ୍ରଦ ହେଉ ନ ଥିବା ଆଇସିଏମ୍ଆର ପକ୍ଷରୁ କୁହାଯିବା ପରେ ରାଜ୍ୟରେ ଏହି ଚିକିତ୍ସାକୁ ନେଇ ପ୍ରଶ୍ନ ଉଠିଛି। ତେବେ ରାଜ୍ୟରେ ପ୍ଲାଜ୍ମା ଥେରାପି ଓ ରେମଡେସିଭିର ବନ୍ଦ ହେବ ନାହିଁ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର।
ଶ୍ରୀ ମହାପାତ୍ର କହିଛନ୍ତି ଯେ କେବଳ ଗଣମାଧ୍ୟମରୁ ଏ ସଂପର୍କରେ ଯାହା ସୂଚନା ମିଳିଛି। ତେବେ ଆଇସିଏମ୍ଆର ପକ୍ଷରୁ ଏ ପର୍ଯ୍ୟନ୍ତ ଲିଖିତ ଭାବେ ରାଜ୍ୟ ସରକାରଙ୍କୁ କୌଣସି ସୂଚନା ଦିଆଯାଇ ନାହିଁ। ଲିଖିତ ଭାବେ ନିର୍ଦେଶ ଆସିବା ପରେ ପରବର୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ନିକଟରେ ଆଇସିଏମ୍ଆର ପକ୍ଷରୁ ପ୍ଲାଜ୍ମା ଥେରାପି କରୋନା ରୋଗ ନିୟନ୍ତ୍ରଣ କିମ୍ବା ମୃତ୍ୟୁ ସଂଖ୍ୟା ହ୍ରାସ କରିବାରେ ଫଳପ୍ରଦ ହେଉ ନ ଥିବା କୁହାଯାଇଥିଲା। ୧୪ଟି ରାଜ୍ୟର ୩୯ଟି ହସ୍ପିଟାଲର ୪୬୪ ରୋଗୀଙ୍କ ଉପରେ ଅନୁଧ୍ୟାନ କରାଯାଇଥିଲା। ମାତ୍ର ପ୍ଲାଜ୍ମା ଥେରାପି ପାଇ ନ ଥିବା ରୋଗୀଙ୍କ କ୍ଷେତ୍ରରେ ୧୩.୬ ପ୍ରତିଶତ ଓ ପ୍ଲାଜ୍ମା ଥେରାପି ନେଇଥିବା ୧୪.୬ ରୋଗୀ କରୋନାରେ ପ୍ରାଣ ହରାଇଥିବା ନଜରକୁ ଆସିଥିଲା। ତେଣୁ ମୃତ୍ୟୁ ରୋକିବାରେ ପ୍ରଭାବୀ ନ ହେବା କାରଣରୁ ଜାତୀୟ ଚିକିତ୍ସା ପ୍ରୋଟୋକଲରୁ ଏହାକୁ ବାଦ୍ ଦେବାକୁ ଆଇସିଏମ୍ଆର ଚିନ୍ତା କରୁଛି।
The post ରାଜ୍ୟରେ ବନ୍ଦ ହେବନି ପ୍ଲାଜ୍ମା ଥେରାପି first appeared on Sambad.
from କରୋନା – Sambad https://ift.tt/3meW4dq
0 Comments