ଲଣ୍ଡନ: ଆଗାମୀ ତିନି ମାସ ଭିତରେ ୟୁକେରେ ସାର୍ବଜନୀନ ବ୍ୟବହାର ପାଇଁ ଏକ କୋଭିଡ୍‌ ଟିକା ମିଳିପାରିବ ବୋଲି ସରକାରୀ ବୈଜ୍ଞାନିକମାନଙ୍କ ସୂତ୍ରରୁ ଜଣାଯାଇଛି। ବିଶେଷ କରି ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଦ୍ବାରା ବିକଶିତ ତଥା ଆଷ୍ଟ୍ରାଜେନେକା ଭେଷଜ କମ୍ପାନି ଦ୍ବାରା ପ୍ରସ୍ତୁତ କୋଭିଡ୍‌ ଟିକାର ସର୍ବସାଧାରଣ ବ୍ୟବହାର ପାଇଁ ଅନୁମତି ୨୦୨୧ ଆରମ୍ଭ ପୂର୍ବରୁ ମିଳିଯାଇପାରିବ ବୋଲି ଏହାର ପରୀକ୍ଷା ନିରୀକ୍ଷା ଚଳାଇଥିବା ବୈଜ୍ଞାନିକମାନେ ଆଶାବାଦୀ ଅଛନ୍ତି। ତଦନୁଯାୟୀ, ଆଗାମୀ ଛଅ ମାସ ଭିତରେ ଦେଶରେ ଶିଶୁମାନଙ୍କୁ ବାଦ୍‌ ଦେଇ ବୟସ୍କମାନଙ୍କର ଟିକାକରଣ ସାରିବାକୁ ସ୍ବାସ୍ଥ୍ୟ ଅଧିକାରୀମାନେ ଯୋଜନା ପ୍ରସ୍ତୁତ କରୁଛନ୍ତି। ସେହିପରି ୟୁରୋପୀୟ ଦେଶମାନଙ୍କରେ ମଧ୍ୟ ଏହି ଅକ୍ସଫୋର୍ଡ ଟିକା ପ୍ରଥମ କରି ସାର୍ବଜନୀନ ପ୍ରୟୋଗରେ ସାମିଲ ହେବ ବୋଲି ୟୁରୋପିଆନ୍‌ ମେଡିସିନ୍‌ସ ଏଜେନ୍ସି(ଇଏମ୍‌ଏ) ପକ୍ଷରୁ ଆଶା ରଖାଯ।ଇଛି।



from କରୋନା – Sambad https://ift.tt/2Sopgl9