ଭୁବନେଶ୍ୱର : ରାଜ୍ୟର ବଭିନ୍ନ ସରକାରୀ କାର୍ଯ୍ୟାଳୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି (ଓସାକ୍ସ)ରେ ଏ ପର୍ଯ୍ୟନ୍ତ ପ୍ରାୟ ୧୪ଜଣ କର୍ମଚାରୀ ସଂକ୍ରମିତ ହୋଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଏଥିରେ ୫ଜଣ ବରିଷ୍ଠ ଅଧିକାରୀ ରହିଛନ୍ତି। ‌ଗତ ସେପ୍ଟେମ୍ବର ମାସରେ ହିଁ ଓସାକ୍ସ‌ କାର୍ଯ୍ୟାଳୟରେ ସଂକ୍ରମଣ ଆରମ୍ଭ ହୋଇଥିଲା। ଫଳରେ ଜଣକ ପରେ ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ତହିଁରୁ ଅଧିକାଂଶ କର୍ମଚାରୀ ଏବେ ସୁସ୍ଥ ହୋଇ ସାରିଥିବା ବେଳେ କିଛି କର୍ମଚାରୀ କାର୍ଯ୍ୟରେ ଯୋଗ ଦେଇ ସାରିଛନ୍ତି। ତଥାପି କିଛି କର୍ମଚାରୀଙ୍କ ଏବେ ଚିକିତ୍ସା ଜାରି ରହିଥିବା ଜଣାପଡ଼ିଛି। ସେହିପରି ରାଜ୍ୟ ରକ୍ତ ସଂଚାରଣ ପରିଷଦର ଜଣେ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି।



from କରୋନା – Sambad https://ift.tt/3jw6nbT