ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏବଂ ଆୟୁଷ ମନ୍ତ୍ରୀ ଶ୍ରୀପଦ ନାୟକ ଆଜି କରୋନା ରୋଗୀଙ୍କ ପାଇଁ ଆୟୁଷ ଔଷଧର ନୂଆ ନିର୍ଦ୍ଦେଶାବଳି ଜାରି କରିଛନ୍ତି। ନୂଆ ପ୍ରୋଟୋକଲରେ ନୂତନ ଔଷଧ ସଂପର୍କରେ ସୂଚନା ଦିଆଯାଇଛି। ଏଥିରେ ପ୍ରମୁଖ ହେଉଛି ଆୟୁଷ-୬୪ ଔଷଧ ଯାହାକି କରୋନା ଭାଇରସ୍‌ର ମୁକାବିଲା ପାଇଁ ଅଧିକ ଫଳପ୍ରଦ ହେବ। କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ପାଇଁ ପୋଷ୍ଟ୍‌ କୋଭିଡ ପ୍ରୋଟୋକଲ ଜାରି କରାଯାଇଛି । ପ୍ରତିଦିନ ଅଶ୍ବଗନ୍ଧା ଚୂର୍ଣ୍ଣ ୧-୩ ଗ୍ରାମ କିମ୍ବା ଏହାର ୫୦୦ ଏମ୍‌ଜି ବଟିକା ସେବନ କରିବାକୁ ହେବ। ଏହା ବ୍ୟତୀତ ଗରମ ପାଣି କିମ୍ବା ଖିର ସହିତ ପ୍ରତିଦିନ ୧୦ ଗ୍ରାମ ଚ୍ୟବନପ୍ରାସ ଖାଇବାକୁ କୁହାଯାଇଛି।



from କରୋନା – Sambad https://ift.tt/36FGIdg