
ନୂଆଦିଲ୍ଲୀ: ଦେଶରେ କୋଭିଡ୍ ଆରୋଗ୍ୟଙ୍କ ସଂଖ୍ୟା ୭୦ ଲକ୍ଷ ଟପିଯାଇଛି। ଲଗାତାର ୬ ଦିନ ଧରି ଦେଶରେ ସକ୍ରିୟ ମାମଲା ୬୦ ହଜାରରୁ କମ୍ ରହୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୦ ହଜାର ୧୨୯ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୫୭୮ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ୍ ସଂକ୍ରମଣ ମାମଲା ୭୮ ଲକ୍ଷ ୬୪ ହଜାର ୮୧୧ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୧ ଲକ୍ଷ ୧୮ ହଜାର ୫୩୪କୁ ବୃଦ୍ଧି ପାଇଛି। ଆଇସିଏମ୍ଆର ଅନୁଯାୟୀ ଦେଶରେ କରୋନା ଟେଷ୍ଟିଂ ୧୦ କୋଟି ୨୫ ଲକ୍ଷ ୨୩ ହଜାର ୪୬୯ରେ ପହଁଚିଯାଇଛି |
ଅକ୍ଟୋବର ୨୪ ତାରିଖରେ ୧୧ ଲକ୍ଷ ୪୦ ହଜାର ୯୦୫ଟି କରୋନା ଟେଷ୍ଟିଙ୍ଗ ହୋଇଛି | ଦେଶରେ ଏବେ ମୋଟ୍ ୬ ଲକ୍ଷ ୬୮ ହଜାର ୧୫୪ ସକ୍ରିୟ ମାମଲା ରହିଛି। ପ୍ରତିଦିନ ଦେଶରେ ଅଧିକ ସଂଖ୍ୟାରେ ରୋଗୀ କରୋନାରୁ ସୁସ୍ଥ ହେଉଛନ୍ତି।
ଫଳରେ ମୃତ୍ୟୁହାର କମ୍ ରହୁଛି ଏବଂ ସକ୍ରିୟ ମାମଲା ଲଗାତାର ଭାବେ କମି ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ୬୨ ହଜାର ୦୭୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଆଉ ଏହି ସଂଖ୍ୟାକୁ ମିଶାଇ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୭୦ ଲକ୍ଷ ୭୮ ହଜାର ୧୨୩ରେ ପହଂଚିଛି |
The post କମିବାରେ ଲାଗିଛି ଦେଶରେ କରୋନା ମୃତ୍ୟୁ ହାର, ଗତ ୨୪ ଘଣ୍ଟା ମଧ୍ୟରେ ୫୭୮ ଜଣଙ୍କ ମୃତ୍ୟୁ first appeared on Sambad.
from କରୋନା – Sambad https://ift.tt/3ktWfkm
0 Comments