ବାରିପଦା : ମୟୂରଭଞ୍ଜରେ କରୋନାଜନିତ ମୃତ୍ୟୁସଂଖ୍ୟା ୫୦ ଟପିଛି। ଆଜି ଲଗାତର ଦ୍ୱିତୀୟ ଦିନ ପାଇଁ ପୁଣି ଜିଲ୍ଲାରୁ ୪ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଜିଲ୍ଲାରେ ସରକାରୀ ଭାବେ କରୋନା ମୃତ୍ୟୁ ସଂଖ୍ୟା ୫୧ରେ ପହଞ୍ଚିଛି। ଆଜି ଜିଲ୍ଲାରୁ ୪୫ ବର୍ଷ ବୟସ୍କ ପୁରୁଷ, ୬୦ ବର୍ଷର ବୃଦ୍ଧ ଏବଂ ୬୫ ଓ ୭୫ ବର୍ଷିୟା ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ଏମାନଙ୍କ ମଧ୍ୟରେ ଗତ ସେପ୍ଟେମ୍ବର ମାସରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚଳିତ ମାସରେ ଆଜି ସୁଦ୍ଧା ସରକାରୀଭାବେ ୨୫ ଜଣଙ୍କର ମୃତ୍ୟୁ ହୋଇସାରିଛି ।

ମାତ୍ର ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨ୟ ଦିନ ପାଇଁ ଶହେ ତଳେ ରହିଛି। ଆଜି ଜିଲ୍ଲାରୁ ୯୯ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୫୫୧ରେ ପହଞ୍ଚିଛି। ଜିଲ୍ଲାରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ସୁଦ୍ଧା ଜିଲ୍ଲାରୁ ୯ ହଜାର ୩୧୨ ଜଣ ସୁସ୍ଥ ହୋଇସାରିଲେଣି। ସେହିପରି ଆଜି ସୁଦ୍ଧା ଜିଲ୍ଲାରେ ୧ ହଜାର ୧୮୮ ଜଣ ଚିକିତ୍ସାଧୀନ ରହିଛନ୍ତି ।

The post ମୟୂରଭଞ୍ଜରେ ୫୦ ଟପିଲା କରୋନାଜନିତ ମୃତ୍ୟୁ ସଂଖ୍ୟା first appeared on Sambad.



from କରୋନା – Sambad https://ift.tt/3dKAlqs