ନୂଆଦିଲ୍ଲୀ: ପ୍ରଥମ ପର୍ଯ୍ୟାୟରେ ଦେଶରେ ୩ କୋଟି ଲୋକଙ୍କୁ ଟିକାକରଣ ପାଇଁ ପ୍ରସ୍ତୁତି ଚାଲିଛି। ସ୍ବାସ୍ଥ୍ୟକର୍ମୀଙ୍କ ସମେତ ପ୍ରାୟ ୩ କୋଟି ଆଗ ଧାଡ଼ିର କର୍ମୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକା ମିଳିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହି ୩ ‌କୋଟି ଲୋକଙ୍କ ମଧ୍ୟରେ ୭୦ ଲକ୍ଷ ଡାକ୍ତର ଏବଂ ପାରାମେଡିକ୍ସ ଅଛନ୍ତି। ଏମାନଙ୍କ ମଧ୍ୟରେ ୨ କୋଟି ଆଗ ଧାଡ଼ିର ଯୋଦ୍ଧା ଅଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୁଷଣ କହିଛନ୍ତି। ଏଯାବତ୍‌ ୩ କୋଟି ଲୋକଙ୍କୁ ଟିକା ଦେବାପାଇଁ ଦେଶ ନିକଟରେ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଛି ବୋଲି ସେ କହିଛନ୍ତି। ଆସନ୍ତା ଜାନୁଆରିରୁ ଜୁନ୍‌ ୨୦୨୧ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ହେବ। ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ଏହି ଟିକା ଉପଲବ୍ଧ ହେବ ଏବଂ ଏଥିପାଇଁ କେନ୍ଦ୍ର ସରକାର ପ୍ରକ୍ରିୟା ତ୍ବରାନ୍ବିତ କରିଛନ୍ତି।

The post ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ଟିକା ମିଳିବ first appeared on Sambad.



from କରୋନା – Sambad https://ift.tt/35iS2tG