ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ଦିନକୁ ଦିନ ତା’ର କାୟା ବିସ୍ତାର କରିବାରେ ଲାଗିଛି। ପ୍ରତିଦିନ ପ୍ରାୟ ୬୦ ହଜାରରୁ ଉର୍ଧ୍ବ କରୋନା ସଂକ୍ରମିତ ଚିହ୍ନଟ ହେବା ଖବର ଲୋକଙ୍କ ଭୟକୁ ଦ୍ବିଗୁଣ କରାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି ନୂଆ ୬୩ ହଜାର ୩୭୧ କରୋନା ସଂକ୍ରମିତ ଚିହ୍ନଟ ହେବା ଫଳରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୩ ଲକ୍ଷ ୭୦ ହଜାର ୪୬୮ରେ ପହଞ୍ଚିଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୮୯୫ ଜଣଙ୍କ ମୃତ୍ୟୁକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧ ଲକ୍ଷ ୨ ହଜାର ୧୬୧ ଛୁଇଁଛି। ଏବେ ବି ଦେଶରେ ସକ୍ରିୟ ସଂକ୍ରମିତ ଅଛନ୍ତି ୮ ଲକ୍ଷ ୪ ହଜାର ୫୨୮ ଜଣ। ଏଯାବତ୍‌ ସୁସ୍ଥ ହୋଇ ସାରିଲେଣି ୬୪ ଲକ୍ଷ ୫୩ ହଜ‌ାର ୭୮୯ ଜଣ।

ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍ ମେଡିକାଲ୍‌ ରିସର୍ଚ(ଆଇସିଏମ୍‌ଆର୍‌) ରିପୋର୍ଟ ଅନୁଯାୟୀ, ଗତକାଲି ୧୦ ଲକ୍ଷ ୨୮ ହଜାର ୬୨୨ କରୋନା ନମୁନା ପରୀକ୍ଷା ହୋଇଛି। ଅକ୍ଟୋବର ୧୫ ତାରିଖ ସୁଦ୍ଧା ଦେଶରେ ସମୁଦାୟ ୯ କୋଟି ୨୨ ଲକ୍ଷ ୫୪ ହଜାର ୯୨୭ କରୋନା ନମୁନା ପରୀକ୍ଷା ହୋଇ ସାରିଲାଣି।

The post ଦେଶରେ ପୁଣି ୬୩ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ, ମୃତ୍ୟୁ ସଂଖା ୧୧ ଲକ୍ଷ ୨ ହଜାର ୧୬୧ ଛୁଇଁଲା first appeared on Sambad.



from କରୋନା – Sambad https://ift.tt/3j0nmlz