
ନୂଆଦିଲ୍ଲୀ: କେତେକ ରାଜ୍ୟରେ ମାତ୍ରାଧିକ କୋଭିଡ୍ ଚିକିତ୍ସା ଖର୍ଚ୍ଚ ପାଇଁ ଅସନ୍ତୋଷ ବଢ଼ିବାରୁ ସରକାର କୋଭିଡ୍ ଚିକିତ୍ସା ମୂଲ୍ୟ ସ୍ଥିର କରିଛନ୍ତି। କିଛି ରାଜ୍ୟରେ ସରକାରୀ ହସ୍ପିଟାଲ୍ରେ ଚିକିତ୍ସା ଖର୍ଚ୍ଚ ସମ୍ପୂର୍ଣ୍ଣ ମାଗଣା। କିନ୍ତୁ ଅନ୍ୟ କିଛି ରାଜ୍ୟରେ ଘରୋଇ ହସ୍ପିଟାଲ୍ ଗୁଡ଼ିକ ଚିକିତ୍ସା ଖର୍ଚ୍ଚ ମନ ଇଚ୍ଛା ବଢ଼ାଇବାରୁ ସରକାର ଚିକିତ୍ସା ପାଇଁ ନିର୍ଦ୍ଧାରିତ ମୂଲ୍ୟ ସ୍ଥିର କରିଛନ୍ତି। ଏହା ସତ୍ତ୍ବେ ମଧ୍ୟ ଦେଶରେ ଏବେ କୋଭିଡ୍ ରୋଗୀଙ୍କ ପରିବାର ସଦସ୍ୟ ଅତି ଜଟିଳ ସ୍ଥିତିର ସମ୍ମୁଖୀନ ହେଉଛନ୍ତି। ୮୦ ପ୍ରତିଶତରୁ ଅଧିକ ପରିବାର ଜଣେ ରୋଗୀଙ୍କ କରୋନା ଚିକିତ୍ସା ଖର୍ଚ୍ଚ ବହନ କରିବାପାଇଁ ମଧ୍ୟ ଅକ୍ଷମ। ୮୦ ପ୍ରତିଶତ ପରିବାର ଅତ୍ୟନ୍ତ ଜଟିଳ ସମସ୍ୟାର ସମ୍ମୁଖୀନ େହଉଛନ୍ତି। ସରକାର ଚିକିତ୍ସା ଖର୍ଚ୍ଚ କମ୍ କରିଥିଲେ ମଧ୍ୟ ୧୦ ଦିନର ହସ୍ପିଟାଲ୍ ବିଲ୍ ଜଣେ ରୋଗୀର ପରିବାରର ମାସିକ ମୁଣ୍ଡପିଛା ଖର୍ଚ୍ଚଠାରୁ ବହୁଗୁଣା ଅଧିକ ରହୁଛି। ବିଭିନ୍ନ ହସ୍ପିଟାଲ୍ର ଚିକିତ୍ସା ଖର୍ଚ୍ଚ ଏବଂ କେତେକ ପରିବାରର ମାସିକ ମୁଣ୍ଡପିଛା ଖର୍ଚ୍ଚର ତଥ୍ୟ ଆକଳନରୁ ଏହା ଜଣାପଡ଼ିଛି।
ଉଦାହରଣ ସ୍ବରୂପ ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରତି ପରିବାରରେ ମୁଣ୍ଡ ପିଛା ଖର୍ଚ୍ଚ ଦେଶରେ ସବୁଠୁ ଅଧିକ। ଜାତୀୟ ପରିସଂଖ୍ୟାନ ଅଫିସ୍ର ୨୦୧୭-୧୮ ଘରୋଇ ଖର୍ଚ୍ଚ ରିପୋର୍ଟ୍ରୁ ଏହା ଜଣାପଡ଼ିଛି ଯେ, ଦିଲ୍ଲୀରେ ୮୦ ପ୍ରତିଶତ ପରିବାରରେ ମୁଣ୍ଡପିଛା ଖର୍ଚ୍ଚ ୫ ହଜାରରୁ କମ୍ ରହୁଛି କିମ୍ବା ୫ ଜଣ ସଦସ୍ୟ ଥିବା ପରିବାରରେ ମାସିକ ମୁଣ୍ଡପିଛା ଖର୍ଚ୍ଚ ୨୫ ହଜାର ରହୁଛି। ଅନ୍ୟପକ୍ଷେ ଦିଲ୍ଲୀରେ ବେସରକାରୀ ହସ୍ପିଟାଲ୍ରେ ସବୁଠୁ କମ୍ ମୂଲ୍ୟର ଆଇସୋଲେସନ୍ ବେଡ୍ରେ ଚିକିତ୍ସା ପାଇଁ ୧୦ ଦିନକୁ ୮୦ ହଜାର ପଡ଼ିଯାଉଛି। ଏହା ୮୦ ପ୍ରତିଶତ ଲୋକଙ୍କ ମାସିକ ଖର୍ଚ୍ଚର ୩ ଗୁଣାରୁ ଅଧିକ। ଆଇସିୟୁରେ ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ କଥା ନକହିବା ଭଲ। ତେବେ ୨୦ଟି ରାଜ୍ୟରେ ଆଇସିୟୁ ବେଡ୍ ଏବଂ ଆଇେସାଲେସନ୍ ବେଡ୍ରେ ୧୦ ଦିନର ଚିକିତ୍ସା ଖର୍ଚ୍ଚ ସହ ଏହିସବୁ ରାଜ୍ୟର ମାସିକ ମୁଣ୍ଡପିଛା ଖର୍ଚ୍ଚ ସହ ତୁଳନା କଲେ ଏହା ଜଣାପଡ଼ୁଛି ଯେ, ୮୦ ପ୍ରତିଶତ ଜନସଂଖ୍ୟା କୋଭିଡ୍ ଚିକିତ୍ସା ଖର୍ଚ୍ଚ ବହନ କରିବାପାଇଁ ସକ୍ଷମ ନୁହନ୍ତି।
The post ୮୦% ପରିବାର କୋଭିଡ୍ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ଅକ୍ଷମ first appeared on Sambad.
from କରୋନା – Sambad https://ift.tt/30ZYDru
0 Comments