
ନୂଆଦିଲ୍ଲୀ: ମୋବାଇଲ୍ ଫୋନ୍ର ଟଚ୍ସ୍କ୍ରିନ୍, ବ୍ୟାଙ୍କର ପ୍ଲାଷ୍ଟିକ୍ ନୋଟ୍, ରେଳଧାରଣା ଓ ହ୍ୟାଣ୍ଡଲ୍ ପରି ମସୃଣ ସମତଳରେ କରୋନା ଭୂତାଣୁ ୨୮ ଦିନ ଯାଏ ସକ୍ରିୟ ରହିପାରୁଛି ବୋଲି ଅଷ୍ଟ୍ରେଲୀୟ ବୈଜ୍ଞାନିକମାନେ ସତର୍କ କରାଇଦେଇଛନ୍ତି। ଏପରିକି ୨୦ ଡିଗ୍ରି ସେଲସିଅସ୍ ବା ୬୮ ଡିଗ୍ରି ଫାରେନ୍ହିଟ୍ ପରି ସାଧାରଣ ତାପମାତ୍ରାରେ ଏହି ଘାତକ ସାର୍ସ-କୋଭ୍-୨ ଭୂତାଣୁ ତିଷ୍ଠି ରହିପାରୁଥିବା ଅଷ୍ଟ୍ରେଲିଆର ରୋଗ ପ୍ରସ୍ତୁତି କେନ୍ଦ୍ରର ବୈଜ୍ଞାନିକମାନେ ଦାବି କରିଛନ୍ତି। ସେମାନଙ୍କ ଗବେଷଣାଲବ୍ଧ ତଥ୍ୟ ବିଶଦ ଭାବରେ ସଦ୍ୟ ପ୍ରକାଶିତ ଭାଇରୋଲୋଜି ପତ୍ରିକାରେ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ସମାନ ପାରିପାର୍ଶ୍ବିକ ଅବସ୍ଥାରେ ଋତୁକାଳୀନ ଫ୍ଲୁ ଭୂତାଣୁ ୧୭ ଦିନ ଯାଏ ସକ୍ରିୟ ରହୁଥିବା ବେଳେ ସାର୍ସ-କୋଭ୍-୨ ଅଧିକ ସମୟ ସଂକ୍ରମଣକ୍ଷମ ରହିପାରୁଛି। ତେବେ ୪୦ ଡିଗ୍ରି ସେଲସିଅସ୍ ତାପମାତ୍ରାରେ କିଛି ସମତଳରେ ଏହି ଭୂତାଣୁ ଦିନକ ଭିତରେ ମଧ୍ୟ ନିଷ୍କ୍ରିୟ ହୋଇପଡୁଥିବା ଜଣାପଡ଼ିଛି। ଅଷ୍ଟ୍ରେଲୀୟ ବୈଜ୍ଞାନିକଙ୍କ ଏହି ନିର୍ଯାସରୁ କୋଭିଡ୍-୧୯ ସୃଷ୍ଟିକାରୀ କରୋନାଭୂତାଣୁଗୁଡ଼ିକୁ ଗ୍ରୀଷ୍ମକାଳ ଅପେକ୍ଷା ଶୀତଦିନେ ନିୟନ୍ତ୍ରଣ କରିବା କଷ୍ଟକର ବୋଲି ସ୍ପଷ୍ଟ ହୋଇଛି।
The post ଫୋନ୍ ପରଦା ଓ ପ୍ଲାଷ୍ଟିକ୍ ନୋଟ୍ରେ ୨୮ ଦିନ ଯାଏ ତିଷ୍ଠି ରହୁଛି କରୋନା ଭୂତାଣୁ first appeared on Sambad.
from କରୋନା – Sambad https://ift.tt/33Oz3Yi
0 Comments