ନୂଆଦିଲ୍ଲୀ : ଗତ କିଛି ଦିନ ହେଲା ଭାରତରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ସେପ୍ଟେମ୍ବର ମାସରେ ଦୈନିକ ସଂକ୍ରମଣ ସଂଖ୍ୟା ହାରାହାରି ୯୦ ହଜାର ଉପରେ ରହୁଥିବା ବେଳେ ଏବେ ତାହା ନିୟମିତ ଭାବେ ହ୍ରାସ ପାଇବାରେ ଲାଗିଛି । ମିଳିଥିବା ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂଆ ୫୫,୩୪୨ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୭୧ ଲକ୍ଷ ୭୫ ହଜାର ୮୮୦ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ଆଉ ୭୦୬ ଜଣଙ୍କ ଜୀବନ ଯାଇଥିବା ସୂଚନା ରହିଛି।

ସବୁଠାରୁ ବଡ଼ କଥା ହେଲା ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି। ବର୍ତ୍ତମାନ ଦେଶରେ ୮ ଲକ୍ଷ ୩୮ ହଜାର ୭୨୯ ଆକ୍ରାନ୍ତ ସକ୍ରିୟ ଥିବା ବେଳେ ଆରୋଗ୍ୟ ଲାଭ କରି ସାରିଲେଣି ୬୨ ଲକ୍ଷ ୨୭ ହଜାର ୨୯୬ ଜଣ। ଏବେ ସୁଦ୍ଧା କରୋନ ହେତୁ ୧ ଲକ୍ଷ ୯ ହଜାର ୮୫୬ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି।

Genetic Engineering and Biotechnology News

ଉଲ୍ଲେଖଯୋଗ୍ୟ, ଗତକାଲି ପ୍ରାୟ ୬୬ ହଜାର ନୂଆ ସଂକ୍ରମଣ ଚିହ୍ନଟ ହେବା ପରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୧ ଲକ୍ଷ ପାର୍‌ ହୋଇଥିଲା।

The post ଗତ ୨୪ ଘଣ୍ଟା ମଧ୍ୟରେ ୫୫,୩୪୨ କରୋନା ସଂକ୍ରମିତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୯ ହଜାର ୮୫୬ ଛୁଇଁଲା first appeared on Sambad.



from କରୋନା – Sambad https://ift.tt/370yZGI