ନୂଆଦିଲ୍ଲୀ: ଦେଶବାସୀଙ୍କ ପାଇଁ ଖୁସି ଖବର। ଗତ କିଛି ଦିନ ହେବ ଦେଶରେ କମିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। କେବଳ ସେତିକି ନୁହେଁ, ଦେଶରେ ମୃତ୍ୟୁହାର ବି ହ୍ରାସ ପାଇଥିବା ସୂଚନା ରହିଛି। ସେପ୍ଟେମ୍ବରରେ ଲଗାତର କିଛି ଦିନ ଧରି ଦିନକୁ ୯୦ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେବା ଘଟଣା ‌ଦେଶବାସୀଙ୍କ ଚିନ୍ତା ଦ୍ବିଗୁଣିତ ହୋଇଥିଲା। ମାତ୍ର ଏବେ ସେଥିରେ ବ୍ୟତିକ୍ରମ ଦେଖା ଦେଇଛି। ଧୀରେ ଧୀରେ ନିୟନ୍ତ୍ରଣାଧୀନ ହେଉଛି କରୋନ ସଂକ୍ରମଣ।

ବିଶେଷଜ୍ଞମାନେ covid19.org ର ତଥ୍ୟରୁ ଏହା ଜାଣିବାକୁ ପାଇଛନ୍ତି। ଦେଶର ଅଧିକାଂଶ ରାଜ୍ୟରେ ସଦ୍ୟ ସଂକ୍ରମିତଙ୍କ ସଂଖ୍ୟା କମୁଥିବା ବେଳେ କର୍ଣ୍ଣାଟକ, କେରଳ ଏବଂ ପଶ୍ଚିମବଙ୍ଗର ସ୍ଥିତିରେ ସେପରି କୌଣସି ଆଖି ଦୃଶିଆ ପରିବର୍ତ୍ତନ ଆସିନାହିଁ। ଏହି ସବୁ ରାଜ୍ୟଗୁଡ଼ିକରେ ଏପର୍ଯ୍ୟନ୍ତ ଜୀବାଣୁ ବ୍ୟାପିବାରେ ମନ୍ଥରତା ଦେଖିବାକୁ ମିଳିନାହିଁ।


Times of India

ଆପଣ ଜାଣିଥିବେ ନିଶ୍ଚୟ ଯେ  ରବିବାର ସୁଦ୍ଧା ଦେଶରେ ପାଖାପାଖି ୭୫ହଜାର ନୂତନ କରୋନା ସଂକ୍ରମିତଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ସାଢ଼େ ୭୦ ଲକ୍ଷ ଡେଇଁଥିଲା।

ଉଲ୍ଲେଖଯୋଗ୍ୟ, ଗତ ଅଗଷ୍ଟ ୭ ତାରିଖରେ ଭାରତରେ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ସୀମା ଅତିକ୍ରମ କରିଥିବା ବେଳେ ଅଗଷ୍ଟ ୨୩ରେ ତାହା ୩୦ ଲକ୍ଷ, ଏବଂ ସେପ୍ଟେମ୍ବର ୫ରେ ୪୦ ଲକ୍ଷ ଡେଇଁଥିଲା। ଅପରପକ୍ଷରେ, ସେପ୍ଟେମ୍ବର ୧୬ରେ ଏହି ସଂଖ୍ୟା ୫୦ ଲକ୍ଷ ଓ ସେପ୍ଟେମ୍ବର ୨୮ରେ ୬୦ ଲକ୍ଷ ସୀମା ଅତିକ୍ରମ କରିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରଦତ୍ତ ତଥ୍ୟରୁ ଜଣାଯାଇଛି।  ଏବେ ସାମାନ୍ୟ କମ୍‌ ସଂଖ୍ୟକ କୋଭିଡ୍‌-୧୯ରେ ଆକ୍ରାନ୍ତ ହେଉଥିବାରୁ ଦେଶବାସୀ ଟିକେ ଆଶ୍ବସ୍ତ ଅନୁଭବ କରୁଛନ୍ତି।

The post ଖୁସି ଖବର: ଦେଶରେ କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ଏହି ସବୁ ରାଜ୍ୟରେ ଏବେ ବି ସ୍ଥିତି ଅସମ୍ଭାଳ first appeared on Sambad.



from କରୋନା – Sambad https://ift.tt/3lGUMrb