
ଵାସିଂଟନ: କରୋନାର ମୁକାବିଲା ପାଇଁ ଫଳପ୍ରଦ ଟିକାଟିଏ ବିକାଶ କରିବା ପାଇଁ ବିଶ୍ବ ତମାମ ଗବେଷକମାନେ ଅହରହ ଉଦ୍ୟମ ଜାରି ରଖିଥିବା ବେଳେ ସେ ପ୍ରଶ୍ନର ଉତ୍ତର ଖୁବ୍ ଶୀଘ୍ର ମିଳିଯାଇପାରିବ ବୋଲି ଆଶା କରାଯାଏ। ଟେକ୍ସାସରେ ରହୁଥିବା ୧୪ ବର୍ଷୀୟା ଭାରତ-ଆମେରିକୀୟ ସ୍କୁଲ ଛାତ୍ରୀ ଅନିକା ଚେବ୍ରଲୁଙ୍କ ବିରଳ ଆବିଷ୍କାର ଏକ ସଫଳ ଉପଚାର ପ୍ରକ୍ରିୟା ଆଣିବାର ସମ୍ଭାବନା ସୃଷ୍ଟି କରିଛି। ସେ କମ୍ପ୍ୟୁଟର ପଦ୍ଧତିକୁ ଅନୁସରଣ କରି ଏକ ବିରଳ ସୀସା ଅଣୁ ଆବିଷ୍କାର କରିଛନ୍ତି ଯାହା ସାର୍ସ-କୋଭ୍-୨ର ସ୍ପାଇକ୍ ପ୍ରୋଟିନ୍କୁ ସଫଳତାର ସହ ବାନ୍ଧିପାରିବ ବୋଲି କୁହାଯାଉଛି। ଫଳରେ ଭୂତାଣୁର ଆଉ ଅଧିକ ଅଭିବୃଦ୍ଧି ଘଟିବନାହିଁ, ସୁତରାଂ ତାହାର ସଂକ୍ରମଣର ସେଇଠି ଅନ୍ତ ଘଟିବ। ଏହି ନିଆରା ଆବିଷ୍କାର ପାଇଁ ଅନିକା ୨୦୨୦ ମସିହାର ୩ଏମ୍ ଯୁବ ବୈଜ୍ଞାନିକ ଚ୍ୟାଲେଞ୍ଜ୍କୁ ବାଜି ମାରିନେବା ସହ ୨୫ ହଜାର ଡଲାର ପୁରସ୍କାର ରାଶି ହାସଲ କରିଛନ୍ତି। କୋଭିଡ୍ର ମୁକାବିଲା ପାଇଁ କୌଣସି ଉପଯୁକ୍ତ ଟିକା କିମ୍ବା ସଫଳ ଉପଚାର ପ୍ରକ୍ରିୟା ବାହାର କରିବାରେ ବିଶେଷଜ୍ଞମାନେ ବ୍ୟସ୍ତ ରହିଥିବା ବେଳେ ସେ ଓ ତାଙ୍କ ଦିଗଦର୍ଶକ ମିଶି କରୋନା ଭୂତାଣୁର ଗତିରୋଧ ପାଇଁ ଏପରି ଏକ ଭିନ୍ନ ଉପାୟ ଖୋଜିବାରେ ଲାଗିଥିଲେ ବୋଲି ଅନିକା କହିଛନ୍ତି। ତେବେ ତାଙ୍କ ଆବିଷ୍କାରର ଫଳପ୍ରଦତା ଚିକିତ୍ସା ବିଜ୍ଞାନୀ ଓ ଭୂତାଣୁ ବିଶେଷଜ୍ଞମାନେ ହିଁ ନିର୍ଦ୍ଧାରଣ କରିବେ ବୋଲି ସେ କହିଛନ୍ତି।
The post ଭାରତ-ଆମେରିକୀୟ ଛାତ୍ରୀଙ୍କ ଆବିଷ୍କାର ଭଲ କରିବ କୋଭିଡ୍! first appeared on Sambad.
from କରୋନା – Sambad https://ift.tt/37pZ02u
0 Comments