
ଭୁବନେଶ୍ୱର : ଆର୍ଏମ୍ଆର୍ସି ଓ ବିଏମ୍ସି ପକ୍ଷରୁ ହୋଇଥିବା ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ ରିପୋର୍ଟ ଦିନେ ଦୁଇଦିନ ଭିତରେ ଆସିବ। ଏଥିରେ ରାଜଧାନୀରେ କେତେ ଲୋକଙ୍କ ଦେହରେ ଆଣ୍ଟିବଡି ବିକଶିତ ହୋଇଛି ଜଣାପଡ଼ିବ। ଆର୍ଏମ୍ଆର୍ସି ପକ୍ଷରୁ ଗୋଷ୍ଠୀସ୍ତରରେ ସଂଗୃହୀତ ହୋଇଥିବା ଲୋକଙ୍କର ରିପୋର୍ଟ ଆସିଥିଲେ ହେଁ ଅତି ସମ୍ବେଦନଶୀଳବର୍ଗର ଲୋକଙ୍କର ସର୍ଭେ ରିପୋର୍ଟ ଆସିନି। ଅପରପକ୍ଷେ ତୃତୀୟ ପର୍ଯ୍ୟାୟ ସର୍ଭେରେ କେତେ ଲୋକଙ୍କ ଦେହରେ କେତେ ମାତ୍ରାରେ ଆଣ୍ଟିବଡି ବିକଶିତ ହୋଇଛି ତାହା ଜଣାପଡ଼ିବ। ଅର୍ଥାତ୍ କାହାର କମ୍ ଆଣ୍ଟିବଡି ବିକଶିତ ହୋଇଛି, କାହାର ଅଧିକ ଆଣ୍ଟିବଡି ବିକଶିତ ହୋଇଛି ତାହା ଜଣାପଡ଼ିବ।
ଶରୀରରେ ଆଣ୍ଟିବଡି ମାତ୍ରା କେତେ ରହିଲେ ନିକଟରେ କରୋନା ହେବନି ତାହା ମଧ୍ୟ ଜଣାପଡ଼ିବ। ଯେଉଁମାନଙ୍କର ଆଣ୍ଟିବଡି ପ୍ରତିଶତ କମ୍ ଥିବ ସେମାନଙ୍କୁ ପୁଣି କରୋନା ହେବାର ସମ୍ଭାବନା ଅଛି। ଏହାକୁ ବିଶ୍ଳେଷଣ କରାଯାଉଥିବାରୁ ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ ରିପୋର୍ଟ ଆସିବା ବିଳମ୍ବ ହେଉଛି। ଗୁରୁବାର କିମ୍ବା ଶୁକ୍ରବାର ଏହି ରିପୋର୍ଟ ବିଏମ୍ସିକୁ ମିଳିବ ବୋଲି କମିସନର କହିଛନ୍ତି।
୧୪୪୩ ଜଣ ନେଲେଣି ଫାଭିପିରାଭିର
ରାଜଧାନୀରେ ଆଜି ସୁଦ୍ଧା ୨୮୮୯୨ଜଣ କରୋନା ଆକ୍ରାନ୍ତ ହୋଇଥିବାବେଳେ ୨୬୮୨୬ଜଣ ସୁସ୍ଥ ହୋଇଗଲେଣି। ଏବେ ୧୮୮୫ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ଏଥିରୁ ୧୪୪୩ଜଣଙ୍କୁ ଫାଭିପିରାଭିର ଟାବଲେଟ୍ ଦିଆଯାଇଛି। ସମସ୍ତେ ଖାଇଛନ୍ତି। କାହାର ପାର୍ଶ୍ବ ପ୍ରତିକ୍ରିୟ ହୋଇନି। ୩୦ରୁ ୪୦ଜଣ ଆକ୍ରାନ୍ତଙ୍କୁ ଏହି ଟାବଲେଟ୍ ଦେବା ପରେ ସେମାନଙ୍କ ଉପରେ ନଜର ରଖାଯାଇଥିଲା। ସେମାନଙ୍କର କିଛି ସମସ୍ୟା ହୋଇନି। ରାଜଧାନୀରେ ଏହି ପଦ୍ଧତି କାମ ଦେଇଛି ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି।
The post ଦିନେ ଦୁଇଦିନରେ ଆସିବ ସେରୋ ସର୍ଭେ ରିପୋର୍ଟ first appeared on Sambad.
from କରୋନା – Sambad https://ift.tt/35Y7qMr
0 Comments