
ଭୁବନେଶ୍ୱର : ରାଜଧାନୀରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଦିନକୁ ଯେତିକି ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ତା’ର ଦୁଇଗୁଣା ଆକ୍ରାନ୍ତ ସୁସ୍ଥ ହେଉଛନ୍ତି। ମୋଟ୍ ଆକ୍ରାନ୍ତଙ୍କର ୭୫% ହୋମ୍ ଆଇସୋଲେସନ୍ରେ ରହି ଚିକିତ୍ସିତ ହେଉଛନ୍ତି। ରାଜଧାନୀରେ ଏବେ ଆକ୍ରାନ୍ତଙ୍କ ପାଇଁ ହସ୍ପିଟାଲରେ ଚିକିତ୍ସା ଅସୁବିଧା ନାହିଁ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି।
ବିଏମ୍ସି କମିସନର କହିଛନ୍ତି ଯେ, କୋଭିଡ୍ ହସ୍ପିଟାଲରେ ଏବେ ସାଧାରଣ ୱାର୍ଡରେ ୩୦% ଶଯ୍ୟାରେ ଆକ୍ରାନ୍ତ ଅଛନ୍ତି। ୧୦୦ରୁ ଅଧିକ ଆଇସିୟୁ ଶଯ୍ୟା ଖାଲି ଅଛି। ତେଣୁ ଯେଉଁମାନେ ହସ୍ପିଟାଲରେ ଚିକିତ୍ସିତ ହେବାକୁ ଚାହିଁବେ ସେମାନେ ଯାଇପାରିବେ।
ସେହିପରି ଏବେ କୋଭିଡ୍ କେୟାର ସେଣ୍ଟର (ସିସିସି)ରେ ଲୋକ ହେଉନଥିବାରୁ ଏହାକୁ ବନ୍ଦ କରିଦିଆଯାଇଛି। ସିସିସିରେ ଥିବା ମୋଟ୍ ଶଯ୍ୟାରୁ ହଜାରେ ଶଯ୍ୟା ବିଏମ୍ସି କମାଇ ଦେଇଛି। ଏବେ କେବଳ ଡୁମଡୁମା, ପଟିଆରେ କୋଭିଡ୍ କେୟାର ସେଣ୍ଟର ଚାଲିଛି ବୋଲି ଜଣାପଡ଼ିଛି।
The post ହସ୍ପିଟାଲରେ ୭୦% ଶଯ୍ୟା ଖାଲି, ହଜାରେ କୋଭିଡ୍ ସିସିସି ଶଯ୍ୟା କମିଲା first appeared on Sambad.
from କରୋନା – Sambad https://ift.tt/2HH0jPN
0 Comments