ଭୁବନେଶ୍ୱର :  କରୋନା ଟିକା ଉଦ୍ଭାବନ ଲାଗି ସାରା ଦେଶରେ ଉଦ୍ୟମ ଚାଲିଥିବବେଳେ ଆସନ୍ତା କିଛି ମାସ ମଧ୍ୟରେ ଏହା ଉପଲବ୍ଧ ହୋଇଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କିଛି ଦିନ ତଳେ କହିଥିଲେ । ଟିକା ବାହାରିବା ପରେ ତାହାକୁ ଲୋକମାନଙ୍କୁ ଦେବାକୁ  ବ୍ୟାପକ ଭିତ୍ତିଭୂମିର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟି ରଖି ସରକାର ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଟିକାକୁ ସୁରକ୍ଷିତ ଭାବରେ ପରିବହନ, ଗଚ୍ଛିତ ରଖିବା ଆଦି ଲାଗି ସରକାର ଏକ ଯୋଜନା ପ୍ରସ୍ତୁତ କରୁଛନ୍ତିି ।

ଏ ପରିପ୍ରେକ୍ଷୀରେ ଦେଶର ଏକ ବୃହତ୍ ହସପିଟାଲ ଗୋଷ୍ଠୀ ଆପୋଲୋ ଗ୍ରୁପ ପକ୍ଷରୁ କୁହାଯାଇଛି ଯେ ପ୍ରତିଦିନ ପ୍ରାୟ ୧୦ ଲକ୍ଷ ଲୋକଙ୍କୁ କୋଭିଡ୍-୧୯ ଟିକା ଦେବାକୁ କମ୍ପାନି ପ୍ରସ୍ତୁତ  ରହିଛି । ଗ୍ରୁପ୍ ଅଧୀନରେ ସାରା ଦେଶରେ ୧୯ ଟି ଔଷଧ ଯୋଗାଣ ହବ୍ ସହିତ ଶୀତଳଭଣ୍ଡାର ବ୍ୟବସ୍ଥା ରହିଛି ଏବଂ ଏହା ୭୦ଟି ହସ୍ପିଟାଲ୍, ୪୦୦ରୁ ଅଧିକ କ୍ଳିନିକ୍, ୫୦୦ କର୍ପୋରେଟ୍ ହେଲଥ ସେଣ୍ଟର, ୪୦୦୦ ଫାର୍ମାସି ସହିତ ଏହାର ୨୪ ଘଣ୍ଟିଆ ଡିଜିଟାଲ୍ ପ୍ଲାଟଫର୍ମକୁ ବ୍ୟବହାର କରି ଲୋକମାନଙ୍କୁ କୋଭିଡ୍ ଟିକା ପ୍ରଦାନକୁ ନିଶ୍ଚିତ କରିବ ।

ଆପୋଲୋ ପକ୍ଷରୁ କୁହାଯାଇଛି ଯେ , ଟିକା ପ୍ରଦାନ ପାଇଁ ଦଶ ହଜାର ଆପୋଲୋ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି ଏବଂ ସେମାନଙ୍କୁ ଟିକା ପରିଚାଳନା ପାଇଁ ଆପୋଲୋର କେନ୍ଦ୍ରଗୁଡ଼ିକରେ ମୁତୟନ କରାଯିବ ।

The post ଦିନକୁ ୧୦ ଲକ୍ଷ ଲୋକଙ୍କୁ କରୋନା ଟିକା ଦେବାକୁ ଆପୋଲୋ ହସପିଟାଲ ଗ୍ରୁପର ପ୍ରସ୍ତୁତି first appeared on Sambad.



from କରୋନା – Sambad https://ift.tt/3drNhSa