
ଭୁବନେଶ୍ୱର : କରୋନାରୁ ସୁସ୍ଥ ହୋଇଛନ୍ତି ୮୪ ବର୍ଷର ବୃଦ୍ଧା। ରାଜ୍ୟରେ ଜଣକ ପରେ ଜଣେ ଏଭଳି ବୟସ୍କ ବ୍ୟକ୍ତିମାନେ କରୋନାକୁ ହରାଇଥିବା ନଜରକୁ ଆସିଛି। ପୁରୁଣା ଭୁବନେଶ୍ବର ଅଞ୍ଚଳର ଶୈଳବାଳା ଦାସ ଗୁରୁବାର କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଶ୍ରୀମତୀ ଦାସଙ୍କ ଉଚ୍ଚ ରକ୍ତଚାପ ଓ ଗ୍ୟାଷ୍ଟ୍ରିକ୍ ଜନିତ ସମସ୍ୟା ପୂର୍ବରୁ ରହିଥିଲା। ଏପରିକି ୭ବର୍ଷ ତଳେ ବ୍ରେନ୍ ଷ୍ଟ୍ରୋକ୍ର ମଧ୍ୟ ଶିକାର ହୋଇଥିଲେ ସେ। ଏଭଳି ଏକ ଜଟିଳ ସ୍ବାସ୍ଥ୍ୟ ବହନ କରୁଥିବା ଶ୍ରୀମତୀ ଦାସ କରୋନାରେ ସଂକ୍ରମିତ ହେବା ଆଶଙ୍କାକୁ ଆହୁରି ବଢ଼ାଇ ଦେଇଥିଲା।
ସମ୍ କୋଭିଡ୍ ହସ୍ପିଟାଲରେ ଭର୍ତି ହେବା ପରେ ସମ୍ କୋଭିଡ ଟିମ୍ର ଡାକ୍ତର, ନର୍ସ ଓ ଅନ୍ୟ ଷ୍ଟାଫମାନଙ୍କ ପାଇଁ ଚ୍ୟାଲେଞ୍ଜ ମଧ୍ୟ ରହିଥିଲା। ମାତ୍ର କୋଭିଡ୍ ଟିମ୍ର ଉପଯୁକ୍ତ ଚିକିତ୍ସା ଯୋଗୁଁ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଘରକୁ ଫେରିବା ସମୟରେ ସେ ଭାବିବହ୍ବଳ ହୋଇ ପଡ଼ିଥିଲେ।
The post କରୋନାକୁ ହରାଇଲେ ୮୪ ବର୍ଷର ବୃଦ୍ଧା first appeared on Sambad.
from କରୋନା – Sambad https://ift.tt/2SZrTdy
0 Comments