ମୁମ୍ବାଇ : କେବେ ବି କରୋନା ସଂକ୍ରମିତ ହୋଇନଥିବା ବ୍ୟକ୍ତି କରୋନା ପରବର୍ତ୍ତୀ ସ୍ୱାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହେବା ଚିନ୍ତା ବଢ଼ାଇଛି। ମୁମ୍ବାଇରେ ଏଭଳି ଅନେକ ମାମଲା ଦେଖିବାକୁ ମିଳିଛି। ମୁମ୍ବାଇରେ କିଛି ରୋଗୀ କରୋନା ସଂକ୍ରମିତ ହୋଇନଥିଲେ ମଧ୍ୟ ସେମାନଙ୍କଠାରେ କରୋନା ପରବର୍ତ୍ତୀ ସ୍ୱା‌ସ୍ଥ୍ୟ ସମସ୍ୟା ଦେଖା‌ଦେଇଛି। ମୁମ୍ବାଇର ଜଣେ ୬୦ ବର୍ଷୀୟ ବୃଦ୍ଧ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିବା ସହ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ନେଇ ହସ୍ପିଟାଲ ଯାଇଥିଲେ। ୬୦ ବର୍ଷୀୟ ଏହି ବୃଦ୍ଧଙ୍କୁ ‌କେବେ ବି କରୋନା ହୋଇନାହିଁ। କିନ୍ତୁ ସିଟି ସ୍କାନ୍‌ରୁ ଜଣାପଡ଼ିଛି ଯେ ସେ କୋଭିଡ୍‌ ଆକ୍ରାନ୍ତ ହୋଇଛନ୍ତି ଏବଂ ତାଙ୍କ ଫୁସ୍‌ଫୁସ୍‌ରେ ହାଲୁକା ସଂକ୍ରମଣ ରହିଛି।

ସମ୍ପୃକ୍ତ ରୋଗୀ ଜଣଙ୍କ କହିଛନ୍ତି, ସେ ଗତ ଫେବ୍ରୁଆରି-ମାର୍ଚ୍ଚରେ ବାରଣାସୀ ଯାଇଥିଲେ। ସେଠାରୁ ଫେରିବାପରେ ତାଙ୍କୁ କିଛି ଦିନ ପାଇଁ ଜ୍ବର ହୋଇଥିଲା। ତେବେ ଉକ୍ତ ରୋଗୀଙ୍କ ସମସ୍ତ ତଥ୍ୟ ବିଚାରକୁ ନେବାପରେ ଡାକ୍ତରମାନେ କହିଛନ୍ତି, ଏହା କୋଭିଡ୍‌ ପରବର୍ତ୍ତୀ ସ୍ୱାସ୍ଥ୍ୟ ସଙ୍କଟ। ତାଙ୍କୁ ଷ୍ଟେରଏଡ୍‌ ଏବଂ ଇନ୍‌ହେଲର ଦ୍ବାରା ଚିକିତ୍ସା କରାଯାଉଛି। ମୁମ୍ବାଇରେ ଅନେକ ରୋଗୀ କରୋନା ସଂକ୍ରମିତ ହୋଇନଥିଲେ ମଧ୍ୟ ସେମାନଙ୍କର କୋଭିଡ୍‌ ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଛି। ଆପୋଲ ହସ୍ପିଟାଲ୍‌ର କନସଲଟାଣ୍ଟ୍‌ ଡ. ଜୟଲକ୍ଷ୍ମୀ କହିଛନ୍ତି, ସେ ଏମିତି ୩୦ ଟି ମାମଲା ଦେଖିଛନ୍ତି। ଏଭଳି ରୋଗୀମାନେ କେବେ ବି କ‌ରୋନା ପଜିଟିଭ୍‌ ନଥିଲେ ମଧ୍ୟ ସେମାନଙ୍କର କୋଭିଡ୍‌ ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଛି।

The post ସଂକ୍ରମିତ ହୋଇନଥିବା ବ୍ୟକ୍ତି କରୋନା ପରବର୍ତ୍ତୀ ସ୍ୱାସ୍ଥ୍ୟ ସଙ୍କଟର ସମ୍ମୁଖୀନ first appeared on Sambad.



from କରୋନା – Sambad https://ift.tt/34pfKoP