
ବାରିପଦା : କରୋନାରେ ପ୍ରାଣ ହରାଇଥିବା କରୋନା ଯୋଦ୍ଧା ରାଇରଙ୍ଗପୁରର ଅତିରିକ୍ତ ପୁଲିସ୍ ଆରକ୍ଷୀ ଅଧୀକ୍ଷକ ଅଶୋକ କୁମାର ପଟ୍ଟନାୟକଙ୍କୁ ଆଜି ଜିଲ୍ଲା ପୁଲିସ୍ ମୁଖ୍ୟାଳୟରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଶ୍ରୀ ପଟ୍ଟନାୟକଙ୍କୁ ସ୍ଥାନୀୟ ରିଜର୍ଭ ପୁଲିସ୍ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ପୂର୍ବାଞ୍ଚଳ ଆଇଜି ଦିପ୍ତେଶ ପଟ୍ଟନାୟକ, ମୟୂରଭଞ୍ଜ ଏସ୍ପି ସ୍ମିତ ପି. ପରମାର ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ବହୁ ପୁଲିସ୍ ଅଧିକାରୀ ଏବଂ କର୍ମଚାରୀ ସ୍ବର୍ଗତଃ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହିତ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପୁଲିସ୍ ସମେତ ବରିଷ୍ଠ ଅଧିକାରୀମାନେ ଶୋକସନ୍ତପ୍ତ ପରିବାକୁ ସମବେଦନା ଜ୍ଞାପନ କରିଛନ୍ତି।
ସୂଚନାନୁସାରେ ଗତମାସ ୧୬ ତାରିଖରେ ଶ୍ରୀ ପଟ୍ଟନାୟକ କରୋନା ଆକ୍ରାନ୍ତ ହୋଇ ବାରିପଦାସ୍ଥିତ କିମ୍ସ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ସେଠାରେ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନ ଆସିବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ କିମ୍ସ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କ ମୃତ୍ୟୁ ଘଟିଥିଲା। ସ୍ୱର୍ଗତଃ ପଟ୍ଟନାୟକ ଜଣେ ଦକ୍ଷ, ଅଭିଜ୍ଞ ଓ ବରିଷ୍ଠ ପୋଲିସ ଅଧିକାରୀ ଭାବେ ସୁପରିଚିତ ଥିଲେ । ରାଇରଙ୍ଗପୁର ପୋଲିସ ଜିଲ୍ଲାରେ ଅତିରିକ୍ତ ଏସ୍ପି ଭାବେ କାର୍ଯ୍ୟରତ ଥିଲେ । ଆଉ ଦୁଇ ବର୍ଷ ପରେ ସେ ଅବସର ଗ୍ରହଣ କରିଥାନ୍ତେ ।
from କରୋନା – Sambad https://ift.tt/33GKWQ5
0 Comments