ବାରିପଦା : ଦୀର୍ଘ ଦିନ ପରେ ଆଜି ମୟୂରଭଞ୍ଜ ଜିଲ୍ଲାରେ ଶହେ ତଳେ ରହିଛି ସଂକ୍ରମିତଙ୍କ ସଂଖ୍ୟା। ଆଜି ନୂଆ ୯୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୯୧୩କୁ ବୃଦ୍ଧି ପାଇଛି । ଆଜି ସୁଦ୍ଧା ଜିଲ୍ଲାରେ ସୁସ୍ଥ ସଂଖ୍ୟା ୭ ହଜାର ୬୯୧ ରହିଛି। ସେହିପରି ସକ୍ରିୟଙ୍କ ସଂଖ୍ୟା ୧ ହଜାର ୧୯୩ ରହିଛି। ଆଜି ପୁଣି ଜଣେ ୫୫ ବର୍ଷ ବୟସ୍କ ପୁରୁଷଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଜିଲ୍ଲାରେ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୨୯ରେ ପହଞ୍ଚିଛି।

ତେବେ ରାଜ୍ୟ ସରକାରଙ୍କ ରିପୋର୍ଟ ଅନୁସାରେ ଜିଲ୍ଲାରେ କରୋନା ଗ୍ରାଫ୍ ଦିନକୁ ଦିନ ତଳମୁହାଁ ହେବା ଆରମ୍ଭ କରିଛି। କିନ୍ତୁ ବାରିପଦା ସହରର ଅବସ୍ଥାକୁ ଅନୁଶୀଳନ କଲେ ଏହା ସହଜ ମନେହେଉନାହିଁ। ବାରିପଦା ସହରରେ ପ୍ରାୟତଃ ଅଧିକାଂଶ ୱାର୍ଡରେ ଏକାଧିକ ପରିବାରର କେହିନା କେହି କରୋନା ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏହି ସମୟରେ କରୋନା ମିଟର ତଳକୁ ଖସିବାକୁ ସୂଚନାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଜନସାଧାରଣ । ଜିଲ୍ଲାରେ ପୂର୍ବତୁଳନାରେ କୋଭିଡ୍ ପରୀକ୍ଷା ହ୍ରାସ ପାଇଛି । ପୂର୍ବରୁ ଅଧିକ ପରୀକ୍ଷା ହେଉଥିବା ବେଳେ ଅଧିକ ପଜିଟିଭ ଚିହ୍ନଟ ହେଉଥିଲେ । ବର୍ତ୍ତମାନ ପରୀକ୍ଷା ହ୍ରାସ ପାଇଥିବାରୁ ପଜିଟିଭ ସଂଖ୍ୟାରେ ହ୍ରାସ ପାଇବା ସ୍ୱଭାବିକ ।



from କରୋନା – Sambad https://ift.tt/3ntAAuw