
ନୂଆଦିଲ୍ଲୀ : ଭାରତର ପ୍ରମୁଖ ଟିକା ନିର୍ମାତା ‘ଭାରତ ବାୟୋଟେକ୍’ ଦ୍ବାରା ପ୍ରସ୍ତୁତ କରୋନା ଟିକା ‘କୋଭାକ୍ସିନ’ର ତୃତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ପାଇଁ ମଞ୍ଜୁରୀ ମିଳିଛି।ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍ଆର୍) ସହଯୋଗରେ ଭାରତ ବାୟୋଟେକ୍ ଏହି ଟିକା ପ୍ରସ୍ତୁତ କରୁଛି।
ସଂସ୍ଥା ପକ୍ଷରୁ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ)ଙ୍କର ଅନୁମତି ଲୋଡ଼ାଯାଇଥିଲା। ଆଜି କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଅନୁମତି ମିଳିଛି। ଭାରତ ବାୟୋଟେକ୍ ବ୍ୟତୀତ ଜାଇଡେସ୍ କାଡିଲା ମଧ୍ୟ ଟିକା ପ୍ରସ୍ତୁତ କରୁଛି। ଜାଇଡେସ୍ କାଡିଲାର ଟିକା ଏବେ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣରେ ରହିଛି।
The post ‘କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ମଞ୍ଜୁରୀ first appeared on Sambad.
from କରୋନା – Sambad https://ift.tt/3jmaPJv
0 Comments