
ନୂଆଦିଲ୍ଲୀ: ଅକ୍ଟୋବର ପ୍ରଥମ ସପ୍ତାହରେ ଭାରତରେ କୋଭିଡ୍-୧୯ ପୀଡ଼ିତଙ୍କ ସଂଖ୍ୟା ଦୈନିକ ହାରାହାରି ୬୪ ହଜାର ରହିଛି। ଏହା ପୂର୍ବରୁ ସେପ୍ଟେମ୍ବର ମାସର ଶେଷ ଦୁଇ ସପ୍ତାହରେ ହାରାହାରି ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୮୬ ହଜାର ରହି ଆସିଥିଲା। ଏହି ନୂତନ ତଥ୍ୟରୁ ଦେଶରେ କୋଭିଡ୍ ସଂକ୍ରମଣ ଧିମେଇ ଆସିଥିବା ଅନୁମାନ କରାଯାଉଛି। ସେହିପରି ବିଭିନ୍ନ ରାଜ୍ୟରେ ମଧ୍ୟ କୋଭିଡ୍ ମୃତକଙ୍କ ସଂଖ୍ୟା କମିଥିବା ଜଣାଯାଇଛି। ତେବେ ୬୬ ଲକ୍ଷରୁ ଅଧିକ ସଂକ୍ରମିତଙ୍କୁ ଧାରଣ କରିଥିବା ଭାରତ ଆମେରିକା ପଛକୁ ବିଶ୍ବର ଦ୍ବିତୀୟ ସର୍ବାଧିକ କୋଭିଡ୍ ସଂକ୍ରମିତ ଦେଶର ଅପଯଶ ମୁଣ୍ଡାଇଛି।
ଅବଶ୍ୟ କୋଭିଡ୍-୧୯ର ଆବିର୍ଭାବ ପରଠାରୁ ପ୍ରଥମ ଥର ପାଇଁ ସଂକ୍ରମିତଙ୍କ ସଂଖ୍ୟାରେ ହ୍ରାସ ଘଟିବା ଏକ ଶୁଭ ସୂଚନା। ସେପ୍ଟେମ୍ବର ପ୍ରାରମ୍ଭରେ ହାରାହାରି ପ୍ରତି ୩୨ ଦିନରେ ସଂକ୍ରମିତଙ୍କ ସଂଖ୍ୟା ଦ୍ବିଗୁଣିତ ହେଉଥିବା ବେଳେ ଏବେ ତାହା ୫୬ ଦିନରେ ଘଟୁଛି। ତେବେ କିଛି ହାତ ଗଣତି ରାଜ୍ୟରେ କରାଯାଉଥିବା ନମୁନା ପରୀକ୍ଷଣର ପ୍ରକ୍ରିୟା ହିଁ ଚିନ୍ତାର କାରଣ ହୋଇଛି। ସେ ସବୁ ରାଜ୍ୟମାନଙ୍କରେ ସମ୍ପ୍ରତି କମ୍ ସମ୍ବେଦନଶୀଳ ଆଣ୍ଟିଜେନ ପରୀକ୍ଷା ହିଁ ଅଧିକ ମାତ୍ରାରେ ହେଉଥିବା ଜଣାଯାଇଛି। ଏହାଦ୍ବାରା କରୋନା ସଂକ୍ରମିତ(ପଜିଟିଭ୍)ଙ୍କ ସଂଖ୍ୟା କୃତ୍ରିମ ଭାବେ ଉଲ୍ଲେଖନୀୟ ପରିମାଣର କମିଥିବା ଜଣାଯାଇଛି। ଦିଲ୍ଲୀ ଓ ମୁମ୍ବାଇରୁ ମିଳିଥିବା ତଥ୍ୟରୁ ଆଣ୍ଟିଜେନ ପରୀକ୍ଷଣରୁ ଜଣାପଡ଼ିଥିବା ସଂକ୍ରମିତଙ୍କ ସଂଖ୍ୟା ଆର୍ଟି-ପିସିଆର୍ ପରୀକ୍ଷଣଗୁଡ଼ିକ ତୁଳନାରେ ଯଥେଷ୍ଟ କମ୍।
ନୂଆଦିଲ୍ଲୀ : ଦେଶରେ ୭୨ ହଜାର ୪୯ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୯୮୬ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ୍ ୬୭ ଲକ୍ଷ ୫୭ ହଜାର ୧୩୧ ଜଣ କରୋନାରେ ସଂକ୍ରମିତ ହେଲେଣି। ମୃତ୍ୟୁସଂଖ୍ୟା ୧ ଲକ୍ଷ ୪ ହଜାର ୫୫୫ରେ ପହଞ୍ଚିଛି। ଆରୋଗ୍ୟଙ୍କ ସଂଖ୍ୟା ମଧ୍ୟ ଲଗାତାର ବଢ଼ୁଛି। ଦେଶରେ ମୋଟ୍ ୫୭ ଲକ୍ଷ ୪୪ ହଜାର ୬୯୩ ଜଣ କରୋନାରୁ ସୁସ୍ଥ ହେଲେଣି। ଏଥିସହ ମୋଟ୍ ଆରୋଗ୍ୟ ହାର ୮୫.୦୨ ପ୍ରତିଶତକୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ କୋଭିଡ୍ ମୃତ୍ୟୁହାର ୧.୫୫ ପ୍ରତିଶତକୁ କମିଯାଇଛି। ଦେଶରେ ଏବେ ୯ ଲକ୍ଷ ୭ ହଜାର ୮୮୩ ସକ୍ରିୟ ମାମଲା ରହିଛି। ଏହା ମୋଟ୍ ସଂକ୍ରମଣ ମାମଲାର ୧୩.୪୪ ପ୍ରତିଶତ।
ଗତ ୩ ସପ୍ତାହ ଧରି ମଧ୍ୟ ଦେଶରେ ଦୈନିକ ପଜିଟିଭ୍ ହାର ୬.୮ ପ୍ରତିଶତକୁ ଖସିଯାଇଛି। ସେପ୍ଟେମ୍ବର ୧୬ରୁ ୨୨ ମଧ୍ୟରେ ଦେଶରେ ଦୈନିକ ପଜିଟିଭ୍ ହାର ୯.୨ ପ୍ରତିଶତ ଥିବାବେଳେ ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୬ ମଧ୍ୟରେ ଏହା ୬.୮ ପ୍ରତିଶତକୁ ଖସି ଆସିଛି। ସଂକ୍ରମଣ ବଢ଼ିଥିବା ସତ୍ତ୍ବେ ଦେଶରେ ଦୈନିକ ପଜିଟିଭ୍ ହାର କମ୍ ରହିଛି। ଦେଶରେ ୮ କୋଟିରୁ ଅଧିକ ନମୁନା ପରୀକ୍ଷା ହୋଇଥିବାବେଳେ ଗତ ସପ୍ତାହରେ କେବଳ ୮୦ ଲକ୍ଷ ଟେଷ୍ଟ୍ ହୋଇଛି। ସଂକ୍ରମଣ ମାମଲା ଅପେକ୍ଷା ଆରୋଗ୍ୟଙ୍କ ସଂଖ୍ୟା ଅଧିକ ରହୁଥିବାରୁ ସକ୍ରିୟ ମାମଲା କମ୍ ରହୁଛି। ତେବେ ଦେଶରେ ସକ୍ରିୟ ମାମଲା ଲଗାତାର ୨ ସପ୍ତାହ ପରି ୧୦ ଲକ୍ଷରୁ କମ୍ ରହୁଛି।
ସମଗ୍ର ସ୍ନାୟବିକ ପ୍ରଣାଳୀକୁ ପ୍ରଭାବିତ କରୁଛି କରୋନା
ନୂଆଦିଲ୍ଲୀ: ଅଦ୍ୟାବଧି ବିଶ୍ବର ପାଖାପାଖି ୩ କୋଟି ୬୧ ଲକ୍ଷ ଲୋକଙ୍କୁ ଘାଇଲା କରିବା ସହ ୧୦ ଲକ୍ଷ ୫୬ ହଜାରରୁ ଅଧିକ ମୃତ୍ୟୁର କାରଣ ସାଜିଥିବା ମହାମାରୀ କୋଭିଡ୍-୧୯ର ପ୍ରାଦୁର୍ଭାବ ତଥାପି ଥମିନାହିଁ। ପ୍ରଥମେ ପ୍ରଥମେ ଶ୍ବାସକ୍ରିୟାରେ ସମସ୍ୟା ସୃଷ୍ଟି କରି ନିମୋନିଆ ପରି ଅସୁସ୍ଥତାର ଲକ୍ଷଣ ପ୍ରଦର୍ଶନ କରିଥିବା ଏହି ଘାତକ ରୋଗ ଧୀରେ ଧୀରେ ମୁଣ୍ଡ ଠାରୁ ଆରମ୍ଭ କରି ପାଦ ଯାଏ ବିଭିନ୍ନ ପ୍ରକାର ଲକ୍ଷଣ ଛାଡ଼ିଚାଲିଛି। ଜାତି-ଧର୍ମ-ବର୍ଣ୍ଣ-ଲିଙ୍ଗ-ବୟସ ନିର୍ବିଶେଷରେ ଅଭିନବ କରୋନାଭୁତାଣୁ ସାର୍ସ-କୋଭ୍-୨ ସମସ୍ତଙ୍କୁ ସଂକ୍ରମିତ କରିଚାଲିଥିବାରୁ ଏହାର ଭୟାବହତା ନିର୍ଦ୍ଦିଷ୍ଟ ଭାବେ ସୀମିତ ହୋଇ ରହିନାହିଁ। ସେହିପରି ଏହାର ଲକ୍ଷଣ ମଧ୍ୟ ଦିନକୁ ଦିନ ବଦଳିଚାଲିଛି। ପ୍ରଥମେ ତଣ୍ଟି ବସି ସାମାନ୍ୟ ଜ୍ବର ଓ ଶରୀରପୀଡ଼ା ପରି ଲକ୍ଷଣ ଦେଖାଉଥିବା ଏହି ମହାମାରୀ ପରେ ମୁଣ୍ଡ ବିନ୍ଧିବା ସହ ଶୁଂଘିବା ଓ ସ୍ବାଦ ବାରିବାରେ ଅସୁବିଧା ସୃଷ୍ଟି କରିଥିଲା। ସୁତରାଂ ଏହା କେବଳ ଶ୍ବାସକ୍ରିୟାରେ ସମସ୍ୟା ଜନିତ ରୋଗ ନୁହେଁ ବୋଲି ସ୍ପଷ୍ଟ ହୋଇଥିଲା। ତେବେ ଏହା ଏବେ ପୀଡ଼ିତର ସମଗ୍ର ସ୍ନାୟବିକ ପ୍ରଣାଳୀକୁ ପ୍ରଭାବିତ କରୁଥିବା ଏକ ଗବେଷଣାରୁ ଜଣାଯାଇଛି। ବିଶେଷ କରି ତଣ୍ଟିବିନ୍ଧା କି ଜ୍ବର ଏବଂ ଶୁଖିଲା କାଶ ପରି ଲକ୍ଷଣ ପରିପ୍ରକାଶ ହେବା ଆଗରୁ ଚାରି ପ୍ରକାରର ସ୍ନାୟବିକ ଲକ୍ଷଣ ହିଁ କୋଭିଡ୍ର ପ୍ରାକ୍ସୂଚନା ବୋଲି ଆମେରିକାର ଇଲିନଏସ୍ ସ୍ଥିତ ନର୍ଥୱେଷ୍ଟର୍ଣ୍ଣ ବିଶ୍ବବିଦ୍ୟାଳୟର ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ସେହି ଅଭିନବ ଲକ୍ଷଣଗୁଡ଼ିକ ମଧ୍ୟରେ ମୁଣ୍ଡବିନ୍ଧା, ମୁଣ୍ଡ ଘୂରାଇବା, ସତର୍କ ରହିବା ଗୁଣ କମିଯିବା ଏବଂ ମସ୍ତିଷ୍କଘାତ ଆଦି ରହିଛି।
from କରୋନା – Sambad https://ift.tt/33Fq1N3
0 Comments