
ନୂଆଦିଲ୍ଲୀ: ବିଗତ ୯ ଦିନରେ ଦେଶରେ ୧ କୋଟି କୋଭିଡ୍ ଟେଷ୍ଟ୍ କରାଯାଇଛି। ଗତ ୬ ସପ୍ତାହ ଧରି ପ୍ରତିଦିନ ହାରାହାରି ପ୍ରାୟ ୧୧ ଲକ୍ଷ କରୋନା ଟେଷ୍ଟ୍ କରାଯାଉଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି। ଜାନୁଆରି ପରଠାରୁ ଦେଶରେ କୋଭିଡ୍ ଟେଷ୍ଟ୍ ଲଗାତାର ଭାବେ ବଢ଼ିଚାଲିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୧୦ ଲକ୍ଷ ୭୫ ହଜାର ୭୬୦ ନମୁନା ପରୀକ୍ଷା ହୋଇଛି। ମୋଟ୍ ଟେଷ୍ଟିଂ ୧୦ କୋଟି ୬୫ ଲକ୍ଷ ୬୩ ହଜାର ୪୪୦ ଟପିଛି। ଭାରତ ଏବେ ପ୍ରତିଦିନ ୧୫ ଲକ୍ଷ କୋଭିଡ୍ ଟେଷ୍ଟ୍ କରୁଛି। କେନ୍ଦ୍ର ସରକାରଙ୍କ ଅନୁଯାୟୀ ଦେଶରେ ପଜିଟିଭ୍ ହାର ଲଗାତାର ଭାବେ କମି ଚାଲିଛି। ସକ୍ରିୟ ମାମଲା ମଧ୍ୟ କମୁଛି। ଦେଶରେ ଏବେ ୬ ଲକ୍ଷ ୩ ହଜାର ୬୮୭ ସକ୍ରିୟ ମାମଲା ରହିଛି ଏବଂ ଆରୋଗ୍ୟଙ୍କ ସଂଖ୍ୟା ୭୩ ଲକ୍ଷ ଟପିଯାଇଛି। ମୋଟ୍ ୭୩ ଲକ୍ଷ ୧୫ ହଜାର ୯୮୯ ଜଣ କରୋନାରୁ ସୁସ୍ଥ ହେଲେଣି। ଆରୋଗ୍ୟ ଏବଂ ସକ୍ରିୟ ମାମଲା ମଧ୍ୟରେ ୬୭ ଲକ୍ଷ ବ୍ୟବଧାନ ରହିଛି ବୋଲି କୁହାଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୪ ହଜାର ୪୮୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ସଂକ୍ରମଣ ମାମଲା ୮୦ ଲକ୍ଷ ଟପିଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୯ ହଜାର ୮୮୧ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୫୧୭ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ମୋଟ୍ ସଂକ୍ରମଣ ମାମଲା ୮୦ ଲକ୍ଷ ୪୦ ହଜାର ୨୦୩କୁ ବୃଦ୍ଧି ପାଇଛି।
The post ୯ ଦିନରେ ଭାରତର କୋଟିଏ କୋଭିଡ୍ ଟେଷ୍ଟ୍, ସଂକ୍ରମଣ ୮୦ ଲକ୍ଷ ଟପିଲା first appeared on Sambad.
from କରୋନା – Sambad https://ift.tt/3mA8xbH
0 Comments