ଭୁବନେଶ୍ୱର: ରାଜ୍ୟରେ ଆଜି କରୋନାରୁ ୨ ହଜାର ୭୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୪ ହଜାର ୧୦୨କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି।

 

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ୩୦୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିଭଳି ସୁନ୍ଦରଗଡ଼ ଜିଲ୍ଲାରୁ ୨୧୨ ଜଣ, କଟକ ଜିଲ୍ଲାରୁ ୧୮୨ ଜଣ, ମୟୂରଭଂଜ ଜିଲ୍ଲାରୁ ୯୬ ଜଣ, ଅନୁଗୁଳ ଜିଲ୍ଲାରୁ ୯୦ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୮୦ ଜଣ, ନୂଆପଡ଼ା ଜିଲ୍ଲାରୁ ୭୮ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୭୨ ଜଣ, ବରଗଡ଼ ଜିଲ୍ଲାରୁ ୭୧ ଜଣ, ଯାଜପୁର ଜିଲ୍ଲାରୁ ୬୯ ଜଣ, ବଲାଙ୍ଗୀର ଜିଲ୍ଲାରୁ ୬୭ ଜଣ, ପୁରୀ, ସୁବର୍ଣ୍ଣପୁର ଜିଲ୍ଲାରୁ ୬୬ ଜଣ ଲେଖାଏଁ, ବାଲେଶ୍ୱର , କେନ୍ଦୁଝର ଜିଲ୍ଲାରୁ ୫୮ ଜଣ ଲେଖାଏଁ, କଳାହାଣ୍ଡି ଜିଲ୍ଲାରୁ ୫୧ ଜଣ ଓ ସମ୍ବଲପୁର ଜିଲ୍ଲାରୁ ୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 

ସେହିଭଳି କନ୍ଧମାଳ ଜିଲ୍ଲାରୁ ୪୩ ଜଣ, ଢେଙ୍କାନାଳ ଜିଲ୍ଲାରୁ ୩୮ ଜଣ, ଭଦ୍ରକ ଜିଲ୍ଲାରୁ ୩୫ ଜଣ, ମାଲକାନଗିରି ଜିଲ୍ଲାରୁ ୩୩ ଜଣ, କୋରାପୁଟ ଜିଲ୍ଲାରୁ ୩୦ ଜଣ, ଗଂଜାମ ଜିଲ୍ଲାରୁ ୨୪ ଜଣ, ବୌଦ୍ଧ ଜିଲ୍ଲାରୁ ୧୯ ଜଣ, ନୟାଗଡ଼ ଜିଲ୍ଲାରୁ ୧୭ ଜଣ, ଦେବଗଡ଼, ରାୟଗଡ଼ା ଜିଲ୍ଲାରୁ ୧୨ ଜଣ ଲେଖାଏଁ, ଗଜପତି ଜିଲ୍ଲାରୁ ୫ ଜଣ ଓ ରାଜ୍ୟପୁଲରୁ ୫୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

The post ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୨୦୭୧ ଜଣ ଆକ୍ରାନ୍ତ first appeared on Sambad.



from କରୋନା – Sambad https://ift.tt/3juc3m2