ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ କୋଭିଡ୍-୧୯ ପଜିଟିଭ୍ ହୋଇଥିବା କଥା ରବିବାର ଦିନ ଜଣାପଡ଼ିଛି।

ଟୁଇଟ୍‌ କରି ସେ କହିଛନ୍ତି, ମୁଁ କୋଭିଡ୍-୧୯ ପଜିଟିଭ୍ ବୋଲି ପରୀକ୍ଷାରୁ ଜଣାପଡ଼ିଛି। ମୋ ଠାରେ କୌଣସି ଲକ୍ଷଣ ନାହିଁ। ସୁସ୍ଥ ଅଛି। ନିକଟରେ ମୋ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ସତର୍କ କରାଇ ଦେଇଛି। ଏକାନ୍ତବାସରେ ଥାଇ କାମ କରିବି। ଭାରତୀୟ ରିଜର୍ଭ ବ୍ୟାଙ୍କର କାର୍ଯ୍ୟ ସ୍ବାଭାବିକ ଭାବେ ଚାଲିବ। ଭିସି ଓ ଟେଲିଫୋନ୍ ମାଧ୍ୟମରେ ମୁଁ ସମସ୍ତ ଡେପୁଟି ଗଭର୍ଣ୍ଣର୍ ଓ ଅନ୍ୟ ଅଧିକାରୀଙ୍କ ସହ ଯୋଗାଯୋଗ ରଖିଛି।

Image Courtesy of India Today

ସମ୍ପ୍ରତି ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ରେ ପୂର୍ଣ୍ଣସଂଖ୍ୟକ ଡେପ୍ୟୁଟି ଗଭର୍ଣ୍ଣର୍‌ ଅଛନ୍ତି। ଏହି ଚାରିଜଣ ଡେପୁଟି ଗଭର୍ଣ୍ଣର୍ ହେଉଛନ୍ତି ବିପି କାନୁନଗୋ, ଏମ୍‌କେ ଜୈନ, ଏମ୍‌ଡି ପାତ୍ର ଏବଂ ଏମ୍‌ ରାଜେଶ୍ବର ରାଓ।

ଲକ୍‌ଡାଉନ୍ ସମୟରେ ଏବଂ କଟକଣା କୋହଳ ହେବା ପରେ ଅର୍ଥନୈତିକ ଅଭିବୃଦ୍ଧିର ପୁନର୍ବିନ୍ୟାସ ଉଦ୍ୟମରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ ଖୁବ୍ ସକ୍ରିୟ ଥିଲେ।

The post ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ କରୋନାଭାଇରସ୍ ପଜିଟିଭ୍ first appeared on Sambad.



from କରୋନା – Sambad https://ift.tt/37GaZJi