
ବାରିପଦା : ଆଜି ମୟୂରଭଞ୍ଜ ଜିଲ୍ଲାରୁ ୫୦ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୯୬ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଫଳରେ ଜିଲ୍ଲାରେ ଆକ୍ରାନ୍ତମାନଙ୍କ ସଂଖ୍ୟା ୧୧,୩୩୨ରେ ପହଁଞ୍ଚିଥିବା ବେଳେ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଆରୋଗ୍ୟ ସଂଖ୍ୟା ୧୦, ୫୪୬ , ସକ୍ରିୟ ସଂଖ୍ୟା ୭୨୬ ଜଣ ସକ୍ରିୟ ଏବଂ ୬୦ ଜଣଙ୍କର ମୃତ୍ୟୁ ହୋଇଛି । ତେବେ କେବଳ ଚଳିତ ଅକ୍ଟୋବର ମାସରେ ମୟୂରଭଞ୍ଜ ଜିଲ୍ଲାରୁ ୩,୨୭୫ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୬୨୮ ଜଣ ଆରୋଗ୍ୟ ହୋଇ ଫେରିଛନ୍ତି ଏବଂ ଚିକିତ୍ସାଧୀନ ଥିବା କୋଭିଡ଼-୧୯ ସଂକ୍ରମିତମାନଙ୍କ ମଧ୍ୟରୁ ୩୪ ଜଣଙ୍କର ମୃତ୍ୟୁ ହୋଇଥିବାର ଜଣାପଡ଼ିଛି।
ସେହିପରି କେବଳ ଗତ ସେପ୍ଟେମ୍ବର ମାସରେ ଜିଲ୍ଲାରୁ ମୋଟ ୪,୬୧୫ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪,୪୭୪ ଜଣ ସୁସ୍ଥ ଓ ୨୦ ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ କ୍ରମାଗତ ଭାବେ ଅକ୍ଟୋବର ୨୭ରୁ ଆଜି ପର୍ଯ୍ୟନ୍ତ ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରିପୋର୍ଟ ଆଧାରରେ ଜିଲ୍ଲାରୁ ଚିକିତ୍ସାଧୀନ କୌଣସି କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇ ନ ଥିବାର ଜଣାପଡ଼ିଥିବା ବେଳେ ବାରିପଦା ପାୱାର ଏମ୍ପ୍ଲୋଇଜ ୟୁନିୟନ ପକ୍ଷରୁ କରୋନାରେ ଆକ୍ରାନ୍ତ ହୋଇ ବାରିପଦା ବାଙ୍କିଶୋଳସ୍ଥିତ କୋଭିଡ଼ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ନେସ୍କୋ ବିଭାଗରେ କାର୍ଯ୍ୟରତ ଡେପୁଟି ମ୍ୟାନେଜର ଶରତ ଚନ୍ଦ୍ର ଧଳ(୫୮)ଙ୍କ ଅକ୍ଟୋବର ୨୯ ସକାଳ ସମୟରେ ମୃତ୍ୟୁ ହୋଇଥିବାର କୁହାଯାଇଛି । ଯାହା ଜିଲ୍ଲାବାସୀଙ୍କ ମଧ୍ୟରେ ଏକ ସସପେନ୍ସ ସୃଷ୍ଟି କରାଇଛି।
The post ଆଜି ମୟୂରଭଞ୍ଜ ଜିଲ୍ଲାରୁ ୫୦ ନୂଆ ପଜିଟିଭ ଚିହ୍ନଟ ଓ ୯୬ ସୁସ୍ଥ first appeared on Sambad.
from କରୋନା – Sambad https://ift.tt/3jLctVd
0 Comments