
ନୂଆଦିଲ୍ଲୀ: ବିଶ୍ବରେ କରୋନା ସଂକ୍ରମଣ ମାମଲା ଆଜି ୪ କୋଟି ଟପିଯାଇଛି। ୱାର୍ଲ୍ଡ ମିଟର ତଥ୍ୟ ଅନୁଯାୟୀ ବିଶ୍ବରେ ମୋଟ୍ ୪ କୋଟି ୩ ଲକ୍ଷ ୬୦ ହଜାରରୁ ଅଧିକ ଲୋକ କରୋନା ସଂକ୍ରମିତ ହେଲେଣି। ଅନ୍ୟପକ୍ଷେ ୧୧ ଲକ୍ଷ ୧୯ ହଜାରରୁ ଅଧିକ ଲୋକ କରୋନାରେ ପ୍ରାଣ ହରାଇଲେଣି। ତେବେ ଭିନ୍ନ ଦେଶରେ ଟେଷ୍ଟିଂ ଭିନ୍ନ ରହୁଥିବାରୁ ସଂକ୍ରମଣ ମାମଲା ଆହୁରି ଅଧିକ ଥିବ ବୋଲି କୁହାଯାଉଛି। କିଛି ସ୍ଥାନରେ ସରକାର ମଧ୍ୟ ବାସ୍ତବ ତଥ୍ୟ ଲୁଚାଉଛନ୍ତି। ଆମେରିକା,ଭାରତ ଏବଂ ବ୍ରାଜିଲ୍ରେ ସଂକ୍ରମଣ ଅଧିକ ରହିଛି। ଗତ କିଛି ସପ୍ତାହ ମଧ୍ୟରେ ୟୁରୋପ୍ରେ ସଂକ୍ରମଣ ମଧ୍ୟ ହଠାତ୍ ବଢ଼ିଯାଇଛି। ମହାମାରୀ ଯୋଗୁଁ ୟୁରୋପ୍ରେ ୨ ଲକ୍ଷ ୪୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଗତ ସପ୍ତାହରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ୟୁରୋପ ସଂକ୍ରମଣ ପାଇଁ ସଚେତନ କରାଇଥିଲେ। ଗୋଟିଏ ସପ୍ତାହରେ ୟୁରୋପ୍ ସଂକ୍ରମଣ ପାଖାପାଖି ୭ ଲକ୍ଷ ରହିବାରୁ ଏହାକୁ ନେଇ ଗଭୀର ଚିନ୍ତା ପ୍ରକଟ କରାଯାଇଥିଲା। ୟୁରୋପ୍ରେ ବ୍ରିଟେନ୍, ଫ୍ରାନ୍ସ, ରୁଷ୍ ଏବଂ ସ୍ପେନ୍ରୁ ନୂଆ ସଂକ୍ରମଣ ଚିହ୍ନଟ ହୋଇଛି। ତେବେ ସଂକ୍ରମଣ ବଢ଼ିବାପରେ ୟୁରୋପ୍ରେ କଡ଼ା ପଦକ୍ଷେପ ଗ୍ରହଣ ହୋଇଛି। ଫ୍ରାନ୍ସରେ କର୍ଫ୍ୟୁ ଜାରି ହୋଇଥିବାବେଳେ ବ୍ରିଟେନ୍ରେ ବି ଲକ୍ଡାଉନ୍ ଆରମ୍ଭ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ଆମେରିକାରେ ମୋଟ୍ ସଂକ୍ରମଣ ୮୩ ଲକ୍ଷ ୮୮ ହଜାରରୁ ଅଧିକ ଥିବାବେଳେ ଭାରତରେ ୭୫ ଲକ୍ଷରୁ ଅଧିକ ଏବଂ ବ୍ରାଜିଲ୍ରେ ୫୨ ଲକ୍ଷ ୩୫ ହଜାରରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି।
The post ବିଶ୍ବରେ ୪ କୋଟି ଟପିଲା କରୋନା ସଂକ୍ରମଣ first appeared on Sambad.
from କରୋନା – Sambad https://ift.tt/3jerYo8
0 Comments