ଵାସିଂଟନ: ଆଗାମୀ ଛଅରୁ ବାର ସପ୍ତାହ ଭିତରେ ମହାମାରୀ କୋଭିଡ୍‌-୧୯ ତାହାର ସବୁଠୁ କରାଳ ଛାୟା ଦେଖାଇବ ବୋଲି ଆମେରିକାର ପ୍ରସିଦ୍ଧ ଭୂତାଣୁ ବିଶେଷଜ୍ଞ ଡା. ମାଇକେଲ ଓଷ୍ଟରହୋମ୍‌ ସତର୍କ କରାଇ ଦେଇଛନ୍ତି। ଏହି ଘାତକ ରୋଗ ସମ୍ପର୍କରେ ପ୍ରଚାର ଓ ପ୍ରସାର କରାଯାଉଥିବା ଭ୍ରମାତ୍ମକ ତଥ୍ୟ ଏହାର ପ୍ରମୁଖ କାରଣ ବୋଲି ମିନେସୋଟା ବିଶ୍ବବିଦ୍ୟାଳୟର ସଂକ୍ରାମକ ରୋଗ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଥିବା ଡା.ଓଷ୍ଟରହୋମ୍‌ ଚେତାଇ ଦେଇଛନ୍ତି। ଭବିଷ୍ୟତରେ ଆମ ହାତପାଆନ୍ତାରେ ଟିକାଟିଏ ଉପଲବ୍‌ଧ ହୋଇପାରେ, ଏପରିକି ଏହି ଘାତକ ରୋଗର କୌଣସି ଏକ ସଫଳ ଉପଚାର ପଦ୍ଧତି ମଧ୍ୟ ମିଳିଯାଇପାରେ। ତେବେ ବର୍ତ୍ତମାନର ସ୍ଥିତିକୁ ଲକ୍ଷ୍ୟ କଲେ ଆଗାମୀ ତିନି ମାସ ହିଁ ସବୁଠୁ କଠିନ ବେଳ ବୋଲି ସେ କହିଛନ୍ତି।

The post ଆଗାମୀ ତିନି ମାସରେ ଦେଖାଦେବ ମହାମାରୀର ସବୁଠୁ କରାଳ ଛାୟା first appeared on Sambad.



from କରୋନା – Sambad https://ift.tt/37nkXPG