ଭୁବନେଶ୍ୱର : ଆଇସିଏମ୍‌ଆର ଓ ଭାରତ ବାୟୋଟେକ୍‌ର ମିଳିତ ଉଦ୍ୟମରେ ଚାଲିଥିବା କରୋନା ଭୂତାଣୁ ଟିକା କୋଭାକ୍ସିନ୍‌ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଖୁବଶୀଘ୍ର ଆରମ୍ଭ ହେବ। ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ସମ୍ ହସ୍ପିଟାଲରେ ହୋଇପାରେ ବୋଲି ସୂଚନା ମିଳିଛି।

କ‌ରୋନା ଟିକା ପାଇଁ ବିଶ୍ବବାସୀ ଚାହିଁ ରହିଛନ୍ତି। ଦେଶ‌ରେ କୋଭାକ୍ସିନ୍‌ର ଦୁଇଟି ପର୍ଯ୍ୟାୟ ପରୀକ୍ଷଣ ହୋଇସାରିଛି। ପ୍ରଥମ ପର୍ଯ୍ୟାୟ‌ରେ ୧୨ଟି ହସ୍ପିଟାଲରେ ୩୭୫ ସ୍ବେଚ୍ଛାସେବୀଙ୍କ ଉପରେ ଏହାର ପରୀକ୍ଷଣ ହୋଇଥିଲା। ଏଥିରେ ସମ୍ ମଧ୍ୟ ଅଂଶଗ୍ରହଣ କରିଥିଲା। ଦ୍ବିତୀୟ ପର୍ଯ୍ୟାୟ ପାଇଁ ପ୍ରାୟ ୬ଶହ ସ୍ବେଚ୍ଛାସେବୀଙ୍କ ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ପରବର୍ତୀ ସମୟରେ ଏହି ସଂଖ୍ୟାକୁ ୩୮୦କୁ ଖସାଯାଇଥିଲା। କମ୍ ସଂଖ୍ୟକ‌ସ୍ବେଚ୍ଛାସେବୀଙ୍କୁ ୧୨ଟି ହସ୍ପିଟାଲରେ ପରୀକ୍ଷଣ କରିବା ନେଇ କିଛିଟା ସମସ୍ୟା ରହିଥିଲା। ଯାହାଫଳରେ ସମ୍ ଅଂଶଗ୍ରହଣ କରି ନ ଥିବା ହସ୍ପିଟାଲର କମ୍ୟୁନିଟି ମେଡିସିନ୍‌ର ବିଭାଗୀୟ ମୁଖ୍ୟ ଡା.ଭେଙ୍କଟ ରାଓ କହିଛନ୍ତି।

ଡା.ରାଓ କହିଛନ୍ତି ଯେ, ତୃତୀୟ ପର୍ଯ୍ୟାୟ ପାଇଁ ନିକଟରେ ଏକ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା ହୋଇଥିଲା। ଏଥିରେ ଦେଶବ୍ୟାପୀ ପ୍ରାୟ ୨୬ହଜାର ସ୍ବେଚ୍ଛାସେବୀ ଅଂଶଗ୍ରହଣ କରିବେ। ସମ୍ ହସ୍ପିଟାଲ ମଧ୍ୟ ଏଥିରେ ସାମିଲ ହେବାର ଯଥେଷ୍ଟ ସମ୍ଭାବନ ରହିଛି। ତେବେ ମାନବ ପରୀକ୍ଷଣ କେବେ ଆରମ୍ଭ ହେବ ତାହାର ନିର୍ଦ୍ଦିଷ୍ଟ ତାରିଖ ଏ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇନାହିଁ। ଆସନ୍ତା ୧୦/୧୫ ଦିନ ଭିତରେ ଏ ସଂପର୍କରେ ସ୍ପଷ୍ଟ ସୂଚନା ମିଳିପାରିବ ବୋଲି ଡା.ରାଓ ସୂଚନା ଦେଇଛନ୍ତି।



from କରୋନା – Sambad https://ift.tt/2SIwmkE