ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ୭୪ ଲକ୍ଷ ଟପିଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୬୧ ହଜାର ୮୭୧ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ୧୦୩୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ମୋଟ୍‌ ସଂକ୍ରମଣ ମାମଲା ୭୪ ଲକ୍ଷ ୯୪ ହଜାର ୫୫୧ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୧ ଲକ୍ଷ ୧୪ ହଜାର ୦୩୧କୁ ବୃଦ୍ଧି ପାଇଛି। ଏବେ ଦେଶରେ ମୃତ୍ୟୁହାର ୧.୫୨ ପ୍ରତିଶତକୁ କମିଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ୭୨୬୧୪ ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବାବେଳେ ବର୍ତ୍ତମାନ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭ ଲକ୍ଷ ୮୩ ହଜାର ୩୧୧ ରହିଛି | ଆଇସିଏମ୍‌ଆର ଅନୁଯାୟୀ ଶନିବାର ଦିନ କେବଳ ୯ ଲକ୍ଷ ୭୦ ହଜାର ୧୭୩ ନମୁନା ପରୀକ୍ଷା ହୋଇଛି।

ଦେଶବ୍ୟାପୀ ଡାକ୍ତରୀ ଭିତ୍ତିଭୂମିର ବିକାଶ, ଚିକିତ୍ସା ସମ୍ପର୍କିତ କେନ୍ଦ୍ରୀୟ ନିୟମାବଳୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଦ୍ଵାରା ଅନୁପାଳନ, ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧାମାନଙ୍କ ଉତ୍ସର୍ଗୀକୃତ ସେବା ଯୋଗୁଁ ଦେଶର ସୁସ୍ଥତା ହାର ବୃଦ୍ଧି ପାଇବା ସହ ମୃତ୍ୟୁ ହାର ମଧ୍ୟ ହ୍ରାସ ପାଇଛି । ଭାରତରେ ପୃଥିବୀର ସବୁଠାରୁ ଅଧିକ ଆକ୍ରାନ୍ତ ସୁସ୍ଥ ହେଉଥିବା ବେଳେ ଏହାର ମୃତ୍ୟୁ ହାର ମଧ୍ୟ ସର୍ବନିମ୍ନ ରହି ଆଜି ଏହା 1.52 ପ୍ରତିଶତରେ ପହଞ୍ଚିଛି । ଏହାଫଳରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି ।

The post ଦେଶରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୧ ହଜାର ୮୭୧ ନୂଆ କରୋନା ସଂକ୍ରମଣ ମାମଲା first appeared on Sambad.



from କରୋନା – Sambad https://ift.tt/358d1PN