
ନୂଆଦିଲ୍ଲୀ: ମହାମାରୀ କୋଭିଡ୍-୧୯ର ମୁକାବିଲା ପାଇଁ ସାରା ବିଶ୍ବରେ ସମ୍ପ୍ରତି ୧୫୦ରୁ ଅଧିକ ଟିକା ବିକଶିତ ହୋଇଥିବା ବେଳେ ୪୦ଟି ଟିକା ବିଭିନ୍ନ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ସ୍ତରରେ ପହଞ୍ଚିଛନ୍ତି। ସେହିପରି ୧୦ଟି ଟିକା ସେମାନଙ୍କର ତୃତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଜାରି ରଖିଛନ୍ତି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସୂଚନାରୁ ଜଣାଯାଇଛି। ତେବେ ଏହି ଟିକାଗୁଡ଼ିକର କେବଳ ପ୍ରାପ୍ତ ବୟସ୍କଙ୍କ ଠାରେ ପରୀକ୍ଷା ନିରୀକ୍ଷା ଜାରି ରହିଥିବା ବେଳେ ଆମେରିକୀୟ ଭେଷଜ କମ୍ପାନି ଜନ୍ସନ୍ ଆଣ୍ଡ୍ ଜନ୍ସନ୍ ଦ୍ବାରା ପ୍ରସ୍ତୁତ କୋଭିଡ୍ ଟିକାକୁ ପରୀକ୍ଷାମୂଳକ ଭାବେ ୧୨ରୁ ୧୮ ବର୍ଷ ବୟସ୍କଙ୍କ ଠାରେ ପ୍ରୟୋଗ କରାଯିବାକୁ କମ୍ପାନି ଯୋଜନା ପ୍ରସ୍ତୁତ କରିଛି। ଏପରିକି ଏହି ପରୀକ୍ଷଣ ପରେ ପରେ ଶିଶୁ(୧୨ ବର୍ଷରୁ କମ୍)ମାନଙ୍କୁ ମଧ୍ୟ ସାମିଲ କରିବାକୁ କମ୍ପାନି ଆଶା ପୋଷଣ କରିଛି। ଅପରପକ୍ଷେ, ଅନ୍ୟତମ ଆମେରିକୀୟ ଭେଷଜ କମ୍ପାନି ନୋଭାଭାକ୍ସ ଦ୍ବାରା ପ୍ରସ୍ତୁତ କୋଭିଡ୍ ଟିକାର ନୈଦାନିକ ପରୀକ୍ଷଣ ଅଭିନବ ଭାବରେ ଜାତିଭିତ୍ତିକ କରାଯିବାକୁ କମ୍ପାନି ପକ୍ଷରୁ ନିଷ୍ପତ୍ତି ହୋଇଛି। ଏହି ବିକ୍ଷିପ୍ତ ପରୀକ୍ଷଣରେ ୧୦%ରୁ ୨୦% ଲାଟିନ୍ ଆମେରିକୀୟ, ୧୫% କୃଷ୍ଣକାୟ ବା ଆଫ୍ରିକୀୟ ଆମେରିକୀୟ ଏବଂ ୨% ମୂଳ ଆମେରିକୀୟ ସ୍ବେଚ୍ଛାସେବୀ ସାମିଲ ହେବେ ବୋଲି ଜଣାପଡ଼ିଛି।
The post ନାବାଳକଙ୍କଠାରେ ପରୀକ୍ଷା ହେବ ଜନ୍ସନ୍ ଟିକା, ନୋଭାଭାକ୍ସ କରିବ ଜାତିଭିତ୍ତିକ ପରୀକ୍ଷଣ first appeared on Sambad.
from କରୋନା – Sambad https://ift.tt/34In52U
0 Comments