
ବେଜିଙ୍ଗ୍: ସଂକ୍ରମଣର ଅଧିକ ଆଶଙ୍କା ଥିବା ବ୍ୟକ୍ତିବିଶେଷଙ୍କୁ ଦେବା ଲାଗି ଜରୁରୀକାଳୀନ ଟିକାକରଣ କାର୍ଯ୍ୟକ୍ରମରେ ଚୀନ୍ର ପୂର୍ବାଞ୍ଚଳରେ ଥିବା ଏକ ସହରରେ ପ୍ରାୟ ୬୦ ଡଲାର୍ ମୂଲ୍ୟରେ ଉପଲବ୍ଧ ପରୀକ୍ଷାସ୍ତରରେ ଥିବା ଏକ କୋଭିଡ୍-୧୯ ଟିକା ଏବେ ସାଧାରଣ ନାଗରିକଙ୍କୁ ଯୋଗାଇ ଦିଆଯିବ।
ପୂର୍ବ ଚୀନ୍ ଅନ୍ତର୍ଗତ ଝେଜିଆଙ୍ଗ୍ ପ୍ରଦେଶର ଜିଆଚିଙ୍ଗ୍ ସହରରେ ବିକ୍ରୟ ହେଉଥିବା ବେଜିଙ୍ଗ୍ର ‘ସିନୋଭ୍ୟାକ୍ ବାୟୋଟେକ୍ ଲିମିଟେଡ୍’ ପ୍ରସ୍ତୁତ ‘କରୋନାଭ୍ୟାକ୍’ ନାମକ ଏହି ଟିକା ସ୍ବାସ୍ଥ୍ୟ ସେବା ପ୍ରଦାନକାରୀ, ବିଶେଷତଃ ମହାମାରୀ ପ୍ରତିରୋଧକାରୀ କର୍ମୀ, ଲୋକସେବା କର୍ମଚାରୀ ଏବଂ ବନ୍ଦର ଇନ୍ସ୍ପେକ୍ଟର୍ମାନଙ୍କୁ ଦିଆଯାଉଛି।
ଏବେ ଏହି ଟିକା ସାଧାରଣ ନାଗରିକମାନଙ୍କୁ ମିଳିବ ବୋଲି ଶୁକ୍ରବାର ଦିନ ଚୀନ୍ର ଏକ ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି। ରିପୋର୍ଟ ଅନୁସାରେ, ଚୀନା କମ୍ପାନି ‘ସିନୋଭ୍ୟାକ୍ ବାୟୋଟେକ୍ ଲିମିଟେଡ୍’ଦ୍ବାରା ବିକଶିତ ୨ ଡୋଜ୍ର ଏହି ଟିକା ୪୦୦ ୟୁଆନ୍ (୫୯.୫ ଡଲାର୍) ବିନିମୟରେ ୧୮ ରୁ ୫୯ ବର୍ଷ ବୟସବର୍ଗର ଲୋକମାନଙ୍କୁ ଯୋଗାଇ ଦିଆଯିବ ବୋଲି ‘ଜିଆଚିଙ୍ଗ୍ ସେଣ୍ଟର୍ ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ୍ ପ୍ରିଭେନ୍ସନ୍’ (ସିଡିସି) କହିଛି।
‘ସିଡିସି’ ଆହୁରି ମଧ୍ୟ କହିଛି ଯେ, ଏହି ଟିକା ବିପଣନ ନିମନ୍ତେ ସରକାରୀ ଅନୁମୋଦନ ପାଇନାହିଁ। କେବଳ ଜରୁରୀ ବ୍ୟବହାର ପାଇଁ ଏହାକୁ ଅନୁମୋଦନ କରାଯାଇଛି। ଦୁଇ ଡୋଜ୍ର ଏହି ଟିକା ୧୪ ରୁ ୨୮ ଦିନ ଅନ୍ତରରେ ନିଆଯାଏ।
ଶୁକ୍ରବାର ‘ରଏଟର୍’ ରିପୋର୍ଟ ଅନୁସାରେ, ବ୍ରାଜିଲ୍, ଇଣ୍ଡୋନେସିଆ ଏବଂ ତୁର୍କୀରେ ‘ସିନୋଭ୍ୟାକ୍ ବାୟୋଟେକ୍ ଲିମିଟେଡ୍’ ପ୍ରସ୍ତୁତ ଏହି ଟିକାର ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷା ଚାଲିଛି। ଏହି ତୃତୀୟ ପର୍ଯ୍ୟାୟ ପରୀକ୍ଷାର ମଧ୍ୟବର୍ତ୍ତୀକାଳୀନ ଅନୁଶୀଳନ ତଥ୍ୟ ନଭେମ୍ବର ମାସରେ ଚାଲି ଆସିବ।
The post ଜରୁରୀ ବ୍ୟବହାର ଲାଗି ଚୀନ୍ର ଜିଆଚିଙ୍ଗ୍ ସହରରେ ୬୦ ଡଲାର୍ରେ ମିଳୁଛି ପରୀକ୍ଷାସ୍ତରରେ ଥିବା କୋଭିଡ୍-୧୯ ଟିକା first appeared on Sambad.
from କରୋନା – Sambad https://ift.tt/3nWWVkx
0 Comments