
ନୂଆଦିଲ୍ଲୀ : ଦେଶରେ ଲଗାତାର ୨ ଦିନ ଧରି ୭୦ ହଜାରରୁ ଅଧିକ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି। ଭାରତରେ ଆଜି ବିଶ୍ବର ସର୍ବାଧିକ ସଂକ୍ରମଣ ଚିହ୍ନଟ ହୋଇଛି। ପ୍ରଥମ ଥର ପାଇଁ ଭାରତରେ ସଂକ୍ରମଣ ମାମଲା ୯୦ ହଜାର ଟପିଯାଇଛି। ତେବେ ସଂକ୍ରମଣ ବଢ଼ୁଥିଲେ ମଧ୍ୟ ଆରୋଗ୍ୟଙ୍କ ସଂଖ୍ୟା ବଢ଼ିବା ଆଶ୍ବସ୍ତିଜନକ। ଗତ ୨୪ ଘଣ୍ଟା ମଧ୍ୟରେ ୭୩ ହଜାର ୬୪୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏହାର ପୂର୍ବଦିନ ମଧ୍ୟ ୭୦ ହଜାରରୁ ଅଧିକ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି। ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ଏବେ ୩୨ ଲକ୍ଷ ପାଖାପାଖି ପହଞ୍ଚିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, ଦେଶରେ ଆରୋଗ୍ୟ ହାର ୭୭.୩୨ ପ୍ରତିଶତକୁ ବୃଦ୍ଧି ପାଇଛି। ଦେଶରେ କରୋନା ମୃତ୍ୟୁହାର ମଧ୍ୟ ବିଶ୍ବରେ ସବୁଠାରୁ କମ୍। କରୋନା ମୃତ୍ୟୁ ହାର ୧.୭୨ ପ୍ରତିଶତକୁ କମିଯାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
from କରୋନା – Sambad https://ift.tt/2R2YVbQ
0 Comments