
ବାନ୍ଦା : ଉତ୍ତର ପ୍ରଦେଶର ବାନ୍ଦା ଜିଲ୍ଲା ଜେଲ୍ରେ ୫୪ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ବାନ୍ଦା ମୁଖ୍ୟ ମେଡିକାଲ୍ ଅଫିସର୍ ଏନ୍ଡି ଶର୍ମା କହିଛନ୍ତି, ଜେଲ୍ରେ ମୋଟ୍ ୫୦୦ ଜଣଙ୍କର କରୋନା ଟେଷ୍ଟ୍ କରାଯାଇଛି। ସେମାନଙ୍କ ମଧ୍ୟରୁ ୫୪ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି। କେବଳ ଶନିବାର ଦିନ ୪୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବାନ୍ଦା ଜିଲ୍ଲାରେ ମୋଟ୍ ସକ୍ରିୟ ମାମଲା ୪୩୬ ଥିବାବେଳେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ମହାରାଷ୍ଟ୍ର ପୁଲିସରେ ପୁଣି ୫୧୧ ଜଣ କରୋନା ସଂକ୍ରମିତ ହୋଇଛନ୍ତି।
from କରୋନା – Sambad https://ift.tt/2EV0K8j
0 Comments