
ନୂଆଦିଲ୍ଲୀ: ମୁଖ୍ୟତଃ ଦୁବାଇ ଓ ଇଂଲଣ୍ଡ୍ରୁ ଆସିଥିବା ପର୍ଯ୍ୟଟକମାନଙ୍କ ମାଧ୍ୟମରେ ଭାରତକୁ କୋଭିଡ୍-୧୯ ଆସିଥିବା କଥା ମଣ୍ଡିସ୍ଥିତ ‘ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି’ (ଆଇଆଇଟି) କରିଥିବା ଅଧ୍ୟୟନରୁ ଜଣାପଡ଼ିଛି।
‘ଜର୍ଣ୍ଣାଲ୍ ଅଫ୍ ଟ୍ରାଭେଲ୍ ମେଡିସିନ୍’ରେ ପ୍ରକାଶିତ ଏହି ଅଧ୍ୟୟନ ଅନୁସାରେ, ଆନ୍ତର୍ଜାତିକ ପର୍ଯ୍ୟଟକମାନଙ୍କ ଜରିଆରେ ଭାରତୀୟ ରାଜ୍ୟମାନଙ୍କୁ କରୋନାଭାଇରସ୍ ପ୍ରବେଶ କରିଛି।
ଅଧ୍ୟୟନରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ, ତାମିଲନାଡୁ, ଦିଲ୍ଲୀ ଓ ଆନ୍ଧ୍ରପ୍ରଦେଶର ସଂକ୍ରମଣ ମାମଲା ସେମାନଙ୍କ ସମ୍ପ୍ରଦାୟ ବାହାରେ ରୋଗ ସଂକ୍ରମଣ କରାଇବାରେ ଗୌଣ ଭୂମିକା ନିର୍ବାହ କରିଛନ୍ତି। କିନ୍ତୁ, ଗୁଜରାଟ, ରାଜସ୍ଥାନ, ମହାରାଷ୍ଟ୍ର, କେରଳ, ଜମ୍ମୁ ଓ କଶ୍ମୀର ଏବଂ କର୍ଣ୍ଣାଟକ ସ୍ଥାନୀୟ ସଂକ୍ରମଣ କରାଇବାରେ ଉଲ୍ଲେଖନୀୟ ଅବଦାନ ଗ୍ରହଣ କରିଛନ୍ତି। ଏମାନଙ୍କ ମଧ୍ୟରୁ କେତେକ ମଧ୍ୟ ଆନ୍ତଃରାଜ୍ୟ ସଂକ୍ରମଣର କାରଣ ମଧ୍ୟ ହୋଇଛନ୍ତି।
ପ୍ରାଥମିକ ତଥ୍ୟାବଳୀ ଭାବେ ଗବେଷକ ଦଳ ଜାନୁଆରିରୁ ଏପ୍ରିଲ୍ ମଧ୍ୟରେ ସଂକ୍ରମିତ ହୋଇଥିବା ବ୍ୟକ୍ତିମାନଙ୍କର ଗସ୍ତ ଇତିହାସ ଉପଯୋଗ କରିଥିଲା। ମହାମାରୀର ଆଦ୍ୟ ପର୍ଯ୍ୟାୟ ବିସ୍ତାର ବିଷୟ ବର୍ଣ୍ଣନା କରିବାକୁ ଏକ ସାମାଜିକ ନେଟ୍ୱାର୍କ ପ୍ରସ୍ତୁତ କରାଯାଇଥିଲା। ଗବେଷଣାରୁ ଜଣାପଡ଼ିଲା ଯେ, ସର୍ବାଧିକ ସଂଖ୍ୟକ ସଂକ୍ରମଣ ଦୁବାଇ (୧୪୪ ମାମଲା) ଓ ଇଂଲଣ୍ଡ୍ (୬୪ ମାମଲା) ସହ ସମ୍ପୃକ୍ତ ବୋଲି ଆଇଆଇଟି ମଣ୍ଡିର ସହକାରୀ ପ୍ରାଧ୍ୟାପକ ସରିତା ଆଜାଦ କହିଛନ୍ତି।
from କରୋନା – Sambad https://ift.tt/2EC67sE
0 Comments