
ନୂଆଦିଲ୍ଲୀ: ଭାରତୀୟମାନେ କରୋନାଭାଇରସ୍ ସଂକ୍ରମଣ ବିପକ୍ଷରେ ଗୋଷ୍ଠୀ ସଂକ୍ରମଣ ହାସଲ କରିବା ଠାରୁ ଖୁବ୍ ଦୂରରେ ଥିବା କଥା ‘ଆଇସିଏମ୍ଆର୍’ର ଦ୍ବିତୀୟ ସିରୋ-ସର୍ଭେ ଦର୍ଶାଉଛି ବୋଲି ରବିବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ ରବିବାର ଦିନ କହିଛନ୍ତି। ଏଥିସହ ଉପଯୁକ୍ତ କୋଭିଡ୍ ଆଚରଣ ପାଳନ କରିବା ଉପରେ ସେ ଗୁରତ୍ବାରୋପ କରିଛନ୍ତି। ଉପାସନାସ୍ଥଳରେ ମଧ୍ୟ ମାସ୍କ ପିନ୍ଧାଯାଉ ବୋଲି ସେ ଗୁରୁତ୍ବର ସହ କହିଛନ୍ତି।
ସାମାଜିକ ଗଣମାଧ୍ୟମ ଅନୁଗାମୀମାନଙ୍କ ସହ ଭାବ ଆଦାନ ପ୍ରଦାନ ସମୟରେ ମନ୍ତ୍ରୀ କହିଲେ, ସମ୍ପ୍ରତି ମାମଲା ନଗଣ୍ୟ ଥିଲେ ବି କୋଭିଡ୍-୧୯ ପୁନଃସଂକ୍ରମଣ ରିପୋର୍ଟ ବିଷୟରେ ‘ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ ସକ୍ରିୟଭାବେ ଗବେଷଣା କରୁଛି। ସରକାର ଏହି ଘଟଣାର ଗୁରୁତ୍ବକୁ ସମ୍ପୂର୍ଣ୍ଣ ହୃଦ୍ବୋଧ କରିପାରିଛନ୍ତି।
ସେ ସତର୍କ କରାଇ ଦେଇଛନ୍ତି ଯେ, ସିରୋ-ସର୍ଭେ ରିପୋର୍ଟ ଜନତାଙ୍କ ମଧ୍ୟରେ ଆତ୍ମସନ୍ତୋଷ ଭାବ ସୃଷ୍ଟି କରିବା ଅନୁଚିତ।
୨୦୨୦ ମେ ମାସରେ କରାଯାଇଥିବା ପ୍ରଥମ ସିରୋ-ସର୍ଭେ ରିପୋର୍ଟରୁ ଜଣାପଡ଼ିଥିଲା ଯେ, ଦେଶବ୍ୟାପୀ ଅଭିନବ କରୋନାଭାଇରସ୍ ସଂକ୍ରମଣ ମାତ୍ର ୦.୭୩%।
ପ୍ରକାଶ ପାଇବାକୁ ଯାଉଥିବା ଦ୍ବିତୀୟ ସିରୋ-ସର୍ଭେ ସୂଚନା ଦେଉଛି ଯେ ଆମେ କୌଣସି ପ୍ରକାର ଗୋଷ୍ଠୀ ସଂକ୍ରମଣ ହାସଲ କରିବା ଠାରୁ ଯଥେଷ୍ଟ ଦୂରରେ ଅଛନ୍ତି। ତେଣୁ, ଆମେ ଉପଯୁକ୍ତ କୋଭିଡ୍ ଆଚରଣ ଅନୁସରଣ କରିବା ଆବଶ୍ୟକ ବୋଲି ‘ରବିବାର ସମ୍ବାଦ’ ପ୍ଲାଟଫର୍ମରେ ପୋଷ୍ଟ୍ ହୋଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ବର୍ଦ୍ଧନ ଏ କଥା କହିଛନ୍ତି।
ସରକାର ଓ ସମାଜ ଏକତ୍ର କାର୍ଯ୍ୟ କଲେ ଯାଇ ମହାମାରୀ ବିରୋଧରେ ଲଢ଼େଇ କରିହେବ ବୋଲି ସେ କହିଛନ୍ତି।
from କରୋନା – Sambad https://ift.tt/3mZ9vz5
0 Comments