
ଭୁବନେଶ୍ବର : ବିଏମ୍ସି ପକ୍ଷରୁ ଆଜି ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ ଏକ ସ୍ବତନ୍ତ୍ର କରୋନା ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଗୋପବନ୍ଧୁ ଲେର୍ପସି କଲୋନିରେ ହୋଇଥିବା ଏହି ଶିବିରରେ ୭୨ଜଣଙ୍କର ଆରଟି-ପିସିଆର୍ ପରୀକ୍ଷା ହୋଇଥିଲା। ଏଥିରେ ଭିନ୍ନକ୍ଷମଙ୍କ ସମେତ ବୃଦ୍ଧ ଲୋକ, କୁଷ୍ଠରୋଗୀ ପ୍ରମୁଖ ଥିଲେ। ଆଗାମୀ ଦିନରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ଏହିଭଳି ଶିବିର ଆୟୋଜନ କରି ସ୍ବାବ୍ ସଂଗ୍ରହ କରାଯିବ ବୋଲି ବିଏମ୍ସିର ଦକ୍ଷିଣ-ପୂର୍ବ ଜୋନ୍ ଜୋନାଲ ଡେପୁଟି କମିସନର ଅଂଶୁମାନ ରଥ କହିଛନ୍ତି।
from କରୋନା – Sambad https://ift.tt/2YdQCOm
0 Comments