
ନୂଆଦିଲ୍ଲୀ: ଦେଶରେ ପୁଣି ଦିନକରେ ୬୧ ହଜାର ୫୩୭ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ମୋଟ୍ ୨୦ ଲକ୍ଷ ୮୮ ହଜାର ୬୧୧ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୪୨ ହଜାର ୫୧୮କୁ ବୃଦ୍ଧି ପାଇଛି। ଦେଶରେ ୬ ଲକ୍ଷ ୧୯ ହଜାର ୮୮ ସକ୍ରିୟ ମାମଲା ରହିଛି। ୧୪ ଲକ୍ଷ ୨୭ ହଜାର ୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ଆରୋଗ୍ୟ ହାର ୬୮.୩୨ ପ୍ରତିଶତକୁ ବୃଦ୍ଧି ପାଇଛି। ଲଗାତାର ୧୦ ଦିନ ଧରି ଦେଶରେ ସଂକ୍ରମଣ ମାମଲା ୫୦ ହଜାରରୁ ଅଧିକ ରହିଛି। ସେହିପରି ଲଗାତାର ୪ ଦିନ ଧରି ଆମେରିକା ଏବଂ ବ୍ରାଜିଲ୍ ତୁଳନାରେ ଭାରତରେ ସର୍ବାଧିକ ସଂକ୍ରମଣ ମାମଲା ରହିଛି। ଗତକାଲି ଭାରତ ସର୍ବାଧିକ ସଂକ୍ରମଣ ୬୨ ହଜାର ୫୩୮ଟି ମାମଲା ଦେଖିଥିବା ବେଳେ ଗୁରୁବାର ଦିନ ୫୬ ହଜାର ୨୮୧୨ ଏବଂ ବୁଧବାର ଦିନ ୫୨ ହଜାର ୫୦୯ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା।
ଆମେରିକା ଏବଂ ବ୍ରାଜିଲ୍ରେ ଭାରତ ଅପେକ୍ଷା ଅଧିକ ସଂକ୍ରମଣ ମାମଲା ଥିଲେ ମଧ୍ୟ ଗତ ୪ ଦିନ ଧରି ଭାରତ ନୁଳନାରେ ଆମେରିକା ଏବଂ ବ୍ରାଜିଲ୍ରେ ସଂକ୍ରମଣ ଅଧିକ ରହିଛି। ଲଗାତାର ୨ ଦିନ ଧରି ଦେଶରେ ୬୦ ହଜାରରୁ ଅଧିକ ସଂକ୍ରମଣ ମାମଲା ରହିଛି। ୧୦ ରାଜ୍ୟ ମହାରାଷ୍ଟ୍ର, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଦିଲ୍ଲୀ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ତେଲେଙ୍ଗାନା, ବିହାର ଏବଂ ଗୁଜରାଟରେ ସର୍ବାଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି।
from କରୋନା – Sambad https://ift.tt/3gImce3
0 Comments