କଟକ: ଆଜି କଟକ ସହରରୁ ମୋଟ ୨୧୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ସରକାରୀ ସଂଗରୋଧରୁ ୭୪ ଜଣଙ୍କ ସମେତ ୧୪୧ ଜଣ ଓ ସ୍ଥାନୀୟ ଅଂଚଳରୁ ୭୫ ଅଛନ୍ତି। ଏସ୍ସିବି ଆଇସୋଲେସନରୁ ୨ ଜଣ ମହିଳା, ୫ ଜଣ ପୁରୁଷ ଓ ୨ ଜଣ ପୁରୁଷ କରୋନା ଯୋଦ୍ଧା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସହରର ଅନ୍ୟ ସରକାରୀ ସଂଗରୋଧରୁ ୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସିଏମ୍ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଗୃହ ସଂଗରୋଧରୁ ମୋଟ ୬୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ହିରାପୁରରୁ ୯ ଜଣ, ସିଡିଏ ସେକ୍ଟର-୯ରୁ ୮ ଜଣ, ସିଡିଏ ସେକ୍ଟର -୫ରୁ ୫ ଜଣ, ମାଲଗୋଦାମ ବେହେରା ସାହି, ବିଦ୍ୟାଧରପୁରରୁ ୪ ଜଣ ଲେଖାଏଁ , ଜଉନିଆପାଟିରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, କଟକ ସହରରେ ଏବେ ସୁଦ୍ଧା ୩୮୬୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୨୨୬୦ ଜଣ ସୁସ୍ଥ ହୋଇଛନ୍ତି। ୨୩ ଜଣଙ୍କର ମୃତ୍ୟୁ ହୋଇଛି। ୧୫୮୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି।

ସିଏମ୍ସି ପକ୍ଷରୁ ଟୁଇଟ ଜରିଆରେ ଦିଆଯାଇଥିବା ସୂଚନା ଅନୁସାରେ ଆଜି କଟକ ସହରରେ ୭୫ ଜଣ ଆକ୍ରାନ୍ତ ସ୍ଥାନୀୟ ସଂକ୍ରମଣ ଯୋଗୁଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ତେଲେଙ୍ଗାବଜାରରୁ କେବଳ ୧୪ ଜଣ ଥିବା ବେଳେ ଜଗତପୁରରୁ ୮ ଜଣ, ଶଙ୍କରପୁରରୁ ୩ ଜଣ, ବିଡାନାସୀ, କଣ୍ଟେନମେଣ୍ଟ ରୋଡ, ଗଙ୍ଗା ମଂଦିର, ବାଦାମବାଡ଼ି, ନାଜପୁର, ଶେଖବଜାର, ବିଦ୍ୟାଧରପୁର, ସାମଲସାହି, ସମାଧି ପାଟଣା, ଜୋବ୍ରା, ଚାଉଲିଆଗଂଜ, ମହତାବ କଲୋନି ଓ ଜୁନୁସପାଟଣାରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
from କରୋନା – Sambad https://ift.tt/31sxiij
0 Comments