ଭୁବନେଶ୍ବର: ରାଜ୍ୟରେ ଚାଲିଥିବା କିଶୋରଙ୍କ ଲାଗି ଟିକାକରଣ ସଂପର୍କରେ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ। ସେ କହିଛନ୍ତି, ଗତକାଲି ୧୧୨୫ଟି ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ରରେ ୧୫ରୁ ୧୮ବର୍ଷ ବୟସ ବର୍ଗଙ୍କୁ ଟିକାକରଣ କରାଯାଇଥିଲା। ଗୋଟିଏ ଦିନରେ ୮୦ ହଜାରରୁ ଉର୍ଦ୍ଧ୍ବ କିଶୋର ଟିକା ନେଇଥିଲେ। ଏହାକୁ ମିଶାଇ ମୋଟ ୨ ଲକ୍ଷ ୬୪ ହଜାର କିଶୋରଙ୍କର ଟିକାକରଣ କରାଯାଇଛି।
ସେ ଆହୁରି ମଧ୍ୟ କହିଛନ୍ତି, ବୟସ୍କ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ କେଉଁ ଟିକାର ବୁଷ୍ଟର ଡୋଜ ଦିଆଯିବ, ସେନେଇ ଏଯାଏ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ଲିଖିତ ଚିଠି ଆସିନି। ତେବେ ଯେଉଁମାନେ ଦୁଇ ଡୋଜ ଟିକା ନେଇଛନ୍ତି, ସେମାନେ ବୁଷ୍ଟର ଡୋଜ ଲାଗି ନିଜର ମୋବାଇଲ ନମ୍ବର ଦେବା ପରେ ପୁରୁଣା ତଥ୍ୟ ଆସିବା ପରେ ବୁଷ୍ଟର ଡୋଜ ନେଇପାରିବେ।
ଏଯାଏ ରାଜ୍ୟରେ ୨୭ ଲକ୍ଷ ଲୋକ ପ୍ରଥମ ଡୋଜ ନେଇନାହାନ୍ତି। ସେହିଭଳି ୨୬ ଲକ୍ଷ ଲୋକ ପ୍ରଥମ ଡୋଜ ନେବା ପରେ ଦ୍ୱିତୀୟ ଡୋଜ ନେଇନାହାନ୍ତି। ସେମାନଙ୍କ ଟିକାକରଣ ଲାଗି ପଦକ୍ଷେପ ନିଆଯାଉଛି।

The post ରାଜ୍ୟରେ ୨ ଲକ୍ଷ ୬୪ ହଜାର କିଶୋରଙ୍କର ଟିକାକରଣ କରାଯାଇଛି: ପରିବାର କଲ୍ୟାଣ ନିର୍ଦେଶକ first appeared on Sambad.

from କରୋନା | Sambad https://ift.tt/3G2MZOS