ପୁରୀ: କୋଭିଡ ଗାଇଡଲାଇନ୍ ଉଲ୍ଲଂଘନ ଅଭିଯୋଗରେ ପୁରୀରେ ତିନିଟି ଦୋକାନକୁ ପ୍ରଶାସନ ସିଲ୍ କରିଥିବା ଜଣାଯାଇଛି। ଏଣେ ଗତକାଲି ୩ ଓମିକ୍ରନ ଆକ୍ରାନ୍ତ ଚିହ୍ଟଟ ହେବା ପରେ ସହରର ଓ୍ବାର୍ଡ ନଂ୧୧ରେ ଥିବା ହୋଟେଲ ସୋନା ଇଣ୍ଟରନ୍ୟାସନାଲକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଘୋଷଣା କରାଯାଇଥିଲା।

ଏହି ଘୋଷଣା ପରେ ହୋଟେଲ ସୋନା ଇଣ୍ଟରନ୍ୟାସନାଲରେ ରହୁଥିବା ଲୋକମାନଙ୍କୁ ବାହାରକୁ ଯିବାକୁ ବାରଣ କରାଯାଇଛି। ସେହିପରି  ବାହାର ଲୋକଙ୍କୁ ଉକ୍ତ ହୋଟେଲକୁ ଯିବାକୁ ବାରଣ କରାଯାଇଛି । ଅନ୍ତେବାସୀଙ୍କୁ ଅତ୍ୟାବଶ୍ୟକ ଓ ମେଡିକାଲ ସାମଗ୍ରୀ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ। ସୋମବାର ସକାଳ ୭ଟାରୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇଛି। ଏହି ନିର୍ଦ୍ଦେଶ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ।

The post କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ପୁରୀରେ ତିନିଟି ଦୋକାନ ସିଲ୍ first appeared on Sambad.

from କରୋନା | Sambad https://ift.tt/3G0suCM