ଭୁବନେଶ୍ବର: ଗତକାଲି ପ୍ରଧାନମନ୍ତ୍ରୀ ଦୁଇଟି କଥା କହିଛନ୍ତି । ଗୋଟିଏ ୧୫ ବର୍ଷ ରୁ ୧୮ ବର୍ଷ ବୟସର ପିଲାଙ୍କୁ ଟିକାକରଣ ଏବଂ ଦ୍ଵିତୀୟରେ ବୁଷ୍ଟର ଡୋଜ ଟିକାର ବ୍ୟବସ୍ଥା କରାଯିବ। ସ୍ବାସ୍ଥ୍ୟକର୍ମୀ ଏବଂ ୬୦ ବର୍ଷରୁ ଅଧିକ ବର୍ଷର ବ୍ୟକ୍ତିଙ୍କ ପାଇଁ ଲାଗୁ ହେବ। ଜାନୁଆରି ୩ ତାରିଖରେ ଛୋଟ ପିଲାଙ୍କ ଟିକା ଏବଂ  ୯ ତାରିଖରେ ସ୍ୱାସ୍ଥ୍ୟକର୍ମୀଙ୍କୁ ବୁଷ୍ଟର ଡୋଜ ଦେବା ଆରମ୍ଭ ହେବ। ଟିକାକରଣ ପାଇଁ ରାଜ୍ୟରେ ଏକ ଟିମ ରହିଛି।

ତେବେ ରାଜ୍ୟରେ ଟିକା ପାଇଁ କୌଣସି ଅସୁବିଧା ହେବ ନାହିଁ। ଟିକାକରଣ ପାଇଁ ଯଥେଷ୍ଟ ମାନବସମ୍ବଳ ରଖାଯାଇଛି। ଦରକାର ପଡ଼ିଲେ ଅଧିକ ଲୋକଙ୍କୁ ଟିକାକରଣ ପାଇଁ ନିଆଯିବ। ଯେହେତୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଆମର ଟାର୍ଗେଟ ଜନସଂଖ୍ୟ ଯାହା, ସେହି ଅନୁସାରେ ଟିକାକରଣ କରାଯିବ। ପ୍ରତି ଜିଲ୍ଲାକୁ ୧୫ ବର୍ଷରୁ ୧୮ବର୍ଷ ବୟସର ପିଲାଙ୍କର ତଥ୍ୟ ମଗାଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର।
ସୂଚନା ଅନୁଯାୟୀ, ରାଜ୍ୟରେ ୪ ଲକ୍ଷ ଟିକାକରଣ କରି ରେକର୍ଡ କରିଛି। ତେବେ ସେହି ଅନୁସାରେ ପିଲାଙ୍କ ଟିକାକରଣ କରାଯିବ। ତେବେ ବର୍ତ୍ତମାନ ରାଜ୍ୟରେ ୫ ଲକ୍ଷର ନିକଟତର ହେଲାଣି ଟିକାକାରଣ।

The post ପିଲାଙ୍କ ଟିକାକରଣ ପାଇଁ ଯଥେଷ୍ଟ ମାନବସମ୍ବଳର ବ୍ୟବସ୍ଥା କରାଯାଇଛି: ସ୍ୱାସ୍ଥ୍ୟ ନିର୍ଦେଶକ first appeared on Sambad.

from କରୋନା | Sambad https://ift.tt/3H3wuT0