ଭୁବନେଶ୍ବର: ଓମିକ୍ରିନ ନେଇ ଡିଏମଇଟି ଡାକ୍ତର ରମାରମଣ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବିଦେଶରେ ଏହା ବହୁ ଜୋରରେ ବ୍ୟାପିଲାଣି। ନଭେମ୍ବରରେ କିଛି ଦେଶ ମଧ୍ୟରେ ସୀମିତ ଥିବା ବେଳେ ଏବେ ଶହେ ପାଖାପାଖି ଛୁଇଁଲାଣି। ଓମିକ୍ରିନ କ୍ଷିପ୍ର ବେଗରେ ବଢିଚାଲିଛି ତାକୁ ନଜରରେ ରଖି ଆମକୁ ସଜାଗ ହେଵାକୁ ପଡ଼ିବ। ଟିକା ନେବା, କୋଭିଡ ନିୟମ ମାନିବା, ଅଯଥା ଭିଡ଼କୁ ଯିବା ନାହି। ଏତିକି କଲେ କେଶ ଲୋଡ୍ କମ ରହିବ ଓ ଆମେ ନିରାପଦ ରହିବା।
ବିଦେଶ ଫେରନ୍ତା ସାତ ଜଣଙ୍କ ମଧ୍ୟରୁ ଚାରିଜଣ ନେଗେଟିଭ। ତିନି ଜଣଙ୍କ ଜିନମ ସିକ୍ୟୁଏନ୍ସ ପାଇଁ ଯାଇଛି ରିପୋର୍ଟ ଆସିନାହିଁ। ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା ଭଲ ଅଛି। ଆମେ ନିୟମ ମାନି ଚଳିଲେ ତୄତୀୟ ଲହର ଆଶଙ୍କାକୁ ଏଡ଼ାଇ ଯାଇପାରିବା।
ସେ ଆହୁରି କହିଛନ୍ତି, ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ବାୟୁ ସ୍ବାସ୍ଥ୍ୟ ସେଵା ଆରମ୍ଭ ହେଲା। ଏସସିବିର ସୁପରସ୍ପେସାଲିଟି ବିଭାଗର ପାଞ୍ଚ ଜଣିଆ ଡାକ୍ତରିଦଳ ମାଲକାନଗିରି ଯାଇଛନ୍ତି। ଘର ପାଖରେ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଛି। ଭିତ୍ତିଭୂମି ସଜାଡ଼ିବା ପାଇଁ ପୁର୍ବରୁ ଟିମ ଯାଇଛନ୍ତି। ପୁର୍ବରୁ ରୋଗୀ ଚିହ୍ନଟ ସରିଛି। ଚେକ ଅପ ସରିଛି। ଏଠାରୁ ବିଶେଷଜ୍ଞ ଗଲେ ଅପରେସନ କରିବେ। ଗୋଟିଏ ଦିନ ଅବଜରଭେସନରେ ରଖିବେ। ତା ରେ ପୁର୍ବରୁ ଯାଇଥିବା ଟିମ ନିରୀକ୍ଷଣରେ ରୋଗୀ ଭଲହେବା ପର୍ଯ୍ୟନ୍ତ ସେଠାରେ ରହିବେ। ବର୍ତ୍ତମାନ ଚାରୋଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଏହି ସୁବିଧା ମିଳିବ। ଏହା ହେଉଛି ସୁପରସ୍ପେସାଲିଟି ସେବା। କେସ୍ ଦେଖିକି ଡାକ୍ତରି ଦଳକୁ ପଠାଯିବ। ସିଡିଏମଓ ମାନେ ଜଣାଇବା ପରେ ଡାକ୍ତରି ଟିମକୁ ପଠାଯିବ।

The post ସାତ ବିଦେଶ ଫେରନ୍ତାଙ୍କ ମଧ୍ୟରୁ ତିନିଜଣଙ୍କ ଜିନମ ସିକ୍ୟୁଏନ୍ସ ପାଇଁ ଯାଇଛି: ଡିଏମଇଟି first appeared on Sambad.

from କରୋନା | Sambad https://ift.tt/3mjKWOL