
ଲଣ୍ଡନ : କୋଭିଡ୍-୧୯ର ନୂତନ ଆବିଷ୍କୃତ ଭାରିଆଣ୍ଟ ଓମିକ୍ରନ୍ କେତେ ମାରାତ୍ମକ ସେ ବିଷୟରେ ବିଶେଷ କିଛି ଜଣା ନ ଥିବା ବେଳେ ଅନେକ ଦେଶ ଅନ୍ତର୍ଜାତୀୟ ବିମାନଯାତ୍ରା ଉପରେ କଟକଣା ଲଗାଇଛନ୍ତି। ବ୍ରିଟେନର ମହାମାରୀ-ତତ୍ତ୍ବ ବିଶାରଦ କହିଛନ୍ତି ଯେ, ଏହା ଏକ ମାମୁଲି ସଂକ୍ରମଣ ହୋଇ ଚାଲିଯିବ ଭାବି ହେଳା କରିବା ଉଚିତ ନୁହେଁ।
ଇମ୍ପେରିଆଲ କଲେଜ ଲଣ୍ଡନର ସଂକ୍ରାମକ ରୋଗ ବିଭାଗ ମୁଖ୍ୟ ନିଲ ଫର୍ଗୁସନ କହିଛନ୍ତି, ଡିସେମ୍ବର ମାସ ସରିବା ପୂର୍ବରୁ ଓମିକ୍ରନ୍ ପ୍ରଜାତି ବିଷୟରେ ବିଶେଷ କିଛି ଜଣାପଡ଼ିବ ନାହିଁ। ସେ ପର୍ଯ୍ୟନ୍ତ ଆମେ ସତର୍କ ରହିବା ଆବଶ୍ୟକ। ଏହାକୁ ହେୟ ମଣିବା ଓ ହେଳା କରିବା ଉଚିତ ନୁହେଁ। ଏହି ଭୂତାଣୁ ଫୁସ୍ଫୁସ୍ ଭିତରକୁ ଯାଇ ଦ୍ରୁତ ବଂଶବୃଦ୍ଧି କରିଥାଏ ଏବଂ ତା’ପରେ ବାହାର ପରିବେଶରେ କ୍ଷୀପ୍ର ସଂକ୍ରମଣ ଘଟାଇପାରେ । ସଂକ୍ରମଣ ଅଧିକ ଜଟିଳ ହେବା ଭିତରେ ମାତ୍ର ୧୦ ଦିନରେ ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହୋଇଯାଇପାରେ ବୋଲି ଫର୍ଗୁସନ କହିଛନ୍ତି । ସାରା ବିଶ୍ବରେ ଟିକାକରଣ ବହୁତ କମ୍ ହୋଇଥିବା ବେଳେ ପରୀକ୍ଷା ସଂଖ୍ୟା ମଧ୍ୟ ବହୁତ କମ୍ ରହୁଛି। ପୁଣି ଟିକାକରଣରେ ବିଭିନ୍ନ ଦେଶରେ ରହିଛି ବ୍ୟାପକ ଅସମତା। ଏହାହିଁ ଓମିକ୍ରନ୍ ପରି ନୂତନ ଭାରିଆଣ୍ଟମାନଙ୍କ ଉଦ୍ଭବ ହେବାର କାରଣ ବୋଲି ସେ କହିଛନ୍ତି।
The post ବ୍ରିଟିସ ବିଶେଷଜ୍ଞଙ୍କ ଚେତାବନୀ: ଓମିକ୍ରନ୍ ଭାରିଆଣ୍ଟକୁ ହେୟ ମଣନାହିଁ first appeared on Sambad.from କରୋନା | Sambad https://ift.tt/3EneuSs
0 Comments